Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ରୋହନପ୍ରୀତଙ୍କୁ ବାହା ହେବେ ସିଙ୍ଗର ନେହା କକ୍କଡ଼, ଅକ୍ଟୋବର ୨୪ରେ ବାହାଘର

7/10/2020 at 3:38 PM

ମୁମ୍ବାଇ ୦୭/୧୦: ବଲିଉଡ ସୁପର ଷ୍ଟାର ସିଙ୍ଗର ନେହା କକ୍କଡ଼ ତାଙ୍କ ବଏଫ୍ରେଣ୍ଡ ରୋହନପ୍ରୀତ ସିଂହଙ୍କୁ ବାହା ହେବେ। ରୋହନ ପ୍ରୀତ ମ୍ୟୁଜିକ ରିୟଲିଟି ଶୋ’ ‘ଇଣ୍ଡିଆଜ ରାଇଜିଂ ଷ୍ଟାର’ର ସିଜନ ୨ରେ ପ୍ରଥମ ରନର-ଅପ୍ ଥିଲେ। ତେବେ ଶେହନାଜ ଗିଲଙ୍କ ‘ମୁଝସେ ଶାଦି କରୋଗେ’ ଶୋ’ରେ ରୋହନପ୍ରୀତ ନଜର ଆସିବା ପରେ ସେ ଅଧିକ ଚର୍ଚାକୁ ଆସିଥିଲେ।

ସୂତ୍ର ଅନୁସାରେ ଦୁହେଁ ଚଳିତମାସ ୨୪ ତାରିଖରେ ବାହା ହେବେ। ଏହା ସହ ଲକଡାଉନ ବାହାଘରକୁ ନେଇ ରୋହନ ଓ ନେହାଙ୍କର ଏକ ମ୍ୟୁଜିକ ଭିଡିଓ ମଧ୍ୟ କିଛି ଦିନ ତଳେ ରିଲିଜ ହୋଇଛି। ସେହି ଗୀତକୁ ନେହା ସାମାଜିକ ଗଣମାଧ୍ୟମରେ ବହୁ ମାତ୍ରାରେ ପ୍ରମୋଶନ କରିଥିଲେ। ସେ ତାଙ୍କ ଇନଷ୍ଟା-ଷ୍ଟୋରିରେ ଏହି ଗୀତର ପ୍ରମୋଶନ କରିଥିଲେ। ତେବେ ନେହାଙ୍କ ସହ ବାହାଘରକୁ ନେଇ ରୋହନଙ୍କ ଠଶରୁ ଏ ଯାଏଁ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।

ଏବେ ପ୍ରଶ୍ନ ଉଠିଛି  ଏମାନେ ସତରେ ବାହା ହେବେ ନା ମ୍ୟୁଜିକ ଭିଡ଼ିଓକୁ ନେଇ ଏଭଳି ଗୁଜବ ସୃଷ୍ଟି କରାଯାଇଛି। ତେବେ ଏହାର ଉତ୍ତର ଆଗାମୀ ସମୟରେ ମିଳିବ। ସୂଚନାଯୋଗ୍ୟ ଏହା ପୂର୍ବରୁ ନେହାଙ୍କ ବାହାଘରକୁ ନେଇ ଖୁବ୍ ଚର୍ଚା ହୋଇଥିଲା। ନେହା ଓ ଆଦିତ୍ୟ ନାରାୟଣଙ୍କ ବାହାଘର ଜାନୁଆରୀ ମାସରେ ଚର୍ଚାର ପ୍ରସଙ୍ଗ ହୋଇଥିଲା।

   Related Posts