Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଏହି ଗାୟକଙ୍କୁ ବିବାହ କରିବେ ବଲିଉଡ ସିଙ୍ଗର ନେହା କକ୍କଡ!

9/01/2020 at 2:24 PM

ମୁମ୍ବାଇ୯|୧:  ବଲିଉଡର ଫେମସ ଗାୟିକା ନେହା କକ୍କଡ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କ କଣ୍ଠ ସ୍ୱରରୁ ସେ ଅନେକ ଲୋକଙ୍କ ଦିଲ୍‌ରେ ରାଜ କରନ୍ତି। ଖୁବ କମ ସମୟ ମଧ୍ୟରେ ନେହା ତାଙ୍କ ଗୀତରୁ ଲୋକପ୍ରିୟତା ହାସଲ କରିଛନ୍ତି। ୨୦୦୬ ମସିହାରେ ଇଣ୍ଡିୟାନ ଆଇଡଲ ଶୋ’ରେ ନେହା ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ଏବଂ ସେହି ସୋରେ ୨୦୧୦ ମସିହାରେ ସେ ବିଚାରକ ହୋଇଥିଲେ। 
ଏବେ ନେହା କକ୍କଡ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ, ନେହା ତାଙ୍କର ଶ୍ୱଶୁର ଘରର ଲୋକଙ୍କୁ ଭେଟି ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । କେବଳ ସେତିକି ନୁହେଁ ସେମାନେ ମଧ୍ୟ ନେହାଙ୍କୁ ତାଙ୍କର ବୋହୂ ଭାବେ ଗ୍ରହଣ କରି ସାରିଛନ୍ତି। ଏହି ତାଜା ଖବର ଶୁଣିଲା ପରେ ନେହାଙ୍କ ଫ୍ୟାନ୍ସମାନେ ଆଚମ୍ବିତ ହୋଇଛନ୍ତି।
ହିମାଂଶ କୋହଲିଙ୍କ ସହ ବ୍ରେକ୍‌ ପରେ ନେହା ଡ୍ରିପେସନ୍‌ରେ ଥିଲେ। ଉଭୟଙ୍କୁ ଇଣ୍ଡଷ୍ଟ୍ରିର କ୍ୟୁଟ୍‌ କପଲ ବୋଲି କୁହାଯାଉଥିଲା। କିଛିଦିନ ତଳେ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ରେ ଏକ୍ସ ବୟଫ୍ରେଣ୍ଡ୍‌ ହିମାଂଶ କୋହଲିଙ୍କ ସ୍ମୃତିରେ ନେହା ‘ଚନ୍ନା ମେରେୟା’ ଗୀତ ଗାଇଥିଲେ। ଏଥିପାଇଁ ନେହା ଖୁବ ଚର୍ଚ୍ଚାରେ ମଧ୍ୟ ଥିଲେ।

ଏବେ ପୁଣି ନେହାଙ୍କ ବିବାହ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’କୁ ଆଦିତ୍ୟ ନାରାୟଣ ହୋଷ୍ଟ କରୁଛନ୍ତି। ନିକଟରେ ଆଦିତ୍ୟଙ୍କ ବାପା ତଥା ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣ ଓ ତାଙ୍କ ପତ୍ନୀ ହଠାତ୍‌ ସେଟ୍‌ରେ ପହଞ୍ଚି ଯାଇଥିଲେ। ରିପୋର୍ଟ ଅନୁସାରେ, ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ ଆଗାମୀ ଏପିସୋଡ୍‌ରେ ଏକ ଜବରଦସ୍ତ ମାହୋଲ ଦେଖିବାକୁ ମିଳିବ।

ଶୋ’ରେ ଉଦିତ୍‌ ନାରାୟଣ ଓ ତାଙ୍କ ପତ୍ନୀ ଦୀପା ନାରାୟଣ, ଗାୟିକା ଅଲ୍‌କା ୟାଗ୍‌ନିକ୍‌ ଉପସ୍ଥିତ ରହିବେ। ଏହି ସମୟରେ ଉଦିତ୍‌, ପୁଅ ଆଦିତ୍ୟଙ୍କ ନାଁ ନେଇ ନେହାଙ୍କୁ ଚିଡ଼ାଇବାର ଦେଖିବାକୁ ମିଳିବ। ଉଦିତ୍‌ଙ୍କ କହିବା ଅନୁସାରେ, ପ୍ରଥମ ଏପିସୋଡ୍‌ରୁ ସେ ଶୋ’କୁ ଫଲୋ କରୁଛନ୍ତି ।

ଏହା ପଛରେ ୨ ଟି କାରଣ ରହିଛି ବୋଲି ସେ କହିଛନ୍ତି। ଗୋଟିଏ ହେଉଛି ଏହି ଶୋ’ର ପ୍ରତିଯୋଗୀମାନେ ବହୁତ୍ ଟ୍ୟାଲେଣ୍ଟେଡ୍‌ ଓ ଦ୍ୱିତୀୟ କାରଣ ହେଉଛି ସେ ନେହାଙ୍କୁ ତାଙ୍କ ଘରର ବୋହୂ କରିବାକୁ ଚାହୁଁଛନ୍ତି । ଉଦିତ୍‌ ନିଜେ ଶୋ’ରେ ସମସ୍ତଙ୍କ ସାମ୍ନାରେ ଏହା ସ୍ପଷ୍ଟ କରି କହିଛନ୍ତି।

ଉଦିତ୍‌ଙ୍କ ସହ ତାଙ୍କ ପତ୍ନୀ ଦୀପା ମଧ୍ୟ ନେହାଙ୍କୁ ନାରାୟଣ ପରିବାରର ବୋହୂ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ଅପରପକ୍ଷରେ ନେହାଙ୍କ ବାପା ମାଆ ମଧ୍ୟ ଏହି ପ୍ରସ୍ତାବରେ ରାଜି ବୋଲି ଜଣାପଡ଼ିଛି। ଆଦିତ୍ୟ ମଧ୍ୟ ବେଶ ଖୁସି ନଜର ଆସୁଥିଲେ। ଏହି ଶୋ’ର ବିଚାରକ ନେହା କକ୍କର ଶୋ’ ଆରମ୍ଭରୁ ହିଁ କିଛି ନା କିଛି କାରଣ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ତେବେ ବିବାହ ନେଇ ତାଙ୍କ ନିଷ୍ପତ୍ତି କଣ ରହିବ ତାହା ଅପେକ୍ଷାରେ ଦର୍ଶକ ରହିବେ।

   Related Posts