ମେରେ ରଶ୍କେ କମର୍…ଗାଇ ଟ୍ରୋଲ୍ ହେଲେ ନେହା କକ୍କଡଙ୍କ ଭଉଣୀ ସୋନୁ, ୟୁଜର୍ କହିଲେ ଗୀତର ଅପମାନ ହେଉଛି

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ ୧୫/୦୬: ଜଣାଶୁଣା ସିଙ୍ଗିଙ୍ଗ୍ ରିଆଲିଟି ଶୋ ଇଣ୍ଡିଆନ୍ ଆଇଡଲ୍ ର ସିଜନ୍ ୧୪ କୌଣସି ନା କୌଣସି କାରଣରୁ ପ୍ରତିଦିନ ଚର୍ଚ୍ଚାରେ ରହିଥାଏ । ଏହି ଶୋ କେତେବେଳେ ପ୍ରତିଯୋଗୀମାନଙ୍କ କାରଣରୁ ତ ଆଉ କେତେବେଳେ ବିଚାରପତିମାନଙ୍କ କାରଣରୁ ଟ୍ରୋଲରମାନଙ୍କ ନଜରରେ ଆସିଥାଏ । ନିକଟରେ ଶୋ’ରେ ଅତିଥି ଭାବେ ଆସିଥିବା ନେହା କକ୍କଡଙ୍କ ଭଉଣୀ ସୋନୁ କକ୍କଡ ମଧ୍ୟ ଜଣେ ଗାୟିକା ଅଟନ୍ତି। ଇଣ୍ଡିଆନ୍ ଆଇଡଲ୍ ୧୪ ରେ ଆସିବା ପରେ ସୋନୁ ଏକ ଷ୍ଟେଜ୍ ପରଫରମାନ୍ସ,ଦେଇଥିଲେ କିନ୍ତୁ ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରୋଲ୍ କରାଯାଉଛି ।

wp:html
/wp:html

ବାସ୍ତବରେ ସୋନି ଟିଭିରେ ପ୍ରସାରିତ ହେଉଥିବା ଶୋ ଇଣ୍ଡିଆନ୍ ଆଇଡଲ୍ ୧୪ ର ନିକଟରେ ପ୍ରସାରିତ ଏପିସୋଡରେ ସୋନୁ କକ୍କଡ ନେହାଙ୍କ ସ୍ଥାନରେ ପହଞ୍ଚିଥିଲେ। ଅନେକ ଲୋକ ଅନୁରୋଧ କରିବା ପରେ ସୋନୁ ମଞ୍ଚରେ 'ମେରେ ରଶ୍କେ କମର' ଗୀତ ଗାଇଥିବାର ନଜର ଆସିଥିଲେ। କିନ୍ତୁ ସୋନୁ ଏହି ଗୀତ ଗାଇବାପରେ, ଅନେକ ଲୋକ ଏହି ଗୀତକୁ ଆଦୌ ପସନ୍ଦ କରିନାହାଁନ୍ତି ଏବଂ ତାଙ୍କୁ ଟ୍ରୋଲ୍ କରୁଛନ୍ତି ।

ଲୋକମାନେ ଏହି ଭିଡିଓ ଉପରେ ଅନେକ ଖରାପ ମନ୍ତବ୍ୟ ଦେଉଛନ୍ତି । କେହି କେହି କହୁଛନ୍ତି ଯେ ରାନୁ ମଣ୍ଡଳ ଏହାଠାରୁ ଭଲ ଗୀତ ଗାଉଛନ୍ତି, ତ ଆଉ କେହି ଲେଖିଛନ୍ତି - 'ପ୍ରଥମେ ପାଟିରୁ ଗୁଟଖା ବାହାର କରି ପରେ ଗୀତ ଗାଅ' ... ଆଉ ଜଣେ ୟୁଜର ଲେଖିଛନ୍ତି ଗୀତର ଅପମାନ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.