ନେହା କକ୍କରଙ୍କ ଠୁମକା : ଲକଡାଉନରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ତାଙ୍କ ଗୀତ ଓ ଡାନ୍ସ ଭିଡିଓ

Published By : Prameya-News7 Bureau | May 24, 2020 IST

ମୁମ୍ବାଇ ୨୪/୫: ବଲିଉଡର ସବୁଠୁ ଲୋକପ୍ରିୟ ଗାୟିକା ମଧ୍ୟରୁ ଜଣେ ନେହା କକ୍କର କେବଳ ନିଜ ଗୀତ ପାଇଁ ନୁହେଁ ବରଂ ଡ୍ୟାନ୍ସ ଏବଂ ଗ୍ଲାମରସ୍ ଲୁକ୍ ପାଇଁ ମଧ୍ୟ ଜଣା ଯାଆନ୍ତି। ଲକଡାଉନ୍ ସମୟରେ ତାଙ୍କ ଥ୍ରୋବ୍ୟାକ୍ ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। କେଉଁ ଭିଡିଓରେ ସେ ଷ୍ଟେଜରେ ପରଫର୍ମ କରୁଛନ୍ତି ତ କେଉଁଥିରେ ଡାନ୍ସ କରି ଫ୍ୟାନମାନଙ୍କୁ ଚକିତ କରୁଛନ୍ତି। ନେହା କକ୍କରଙ୍କ ଭିଡିଓରେ ତାଙ୍କ ପ୍ରଶଂସକମାନେ ପ୍ରତିକ୍ରିୟା ଦେଉଛନ୍ତି। ତାଙ୍କର ଏହି ଥ୍ରୋବ୍ୟାକ୍ ଭିଡିଓକୁ ଫ୍ୟାନ୍ ପେଜରୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି।

wp:core-embed/instagram {"url":"https://www.instagram.com/p/B_6nlL5AhZ2/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_6nlL5AhZ2/?utm_source=ig_embed
/wp:core-embed/instagram

ନେହା କକ୍ବର କିଛି ଦିନ ତଳେ ତାଙ୍କ ସାକ୍ଷାତକାରକୁ ନେଇ ଚର୍ଚ୍ଚାରେ ଆସିଥିଲେ। ସେ ଏହି ସମୟରେ କହିଥିଲେ ଯେ ସେ ନମ୍ବର ଓ୍ବାନରେ ଅଛନ୍ତି ସେଥିପାଇଁ କିଛି ଲୋକ ତାଙ୍କୁ ଈର୍ଷା କରୁଛନ୍ତି। ସେ ନିଜ ସଂଘର୍ଷକୁ ନେଇ କହିଥିଲେ ଯେ,‘ ସେ ୪ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ୧୬ବର୍ଷ ବୟସ ଯାଏଁ କେବଳ ଭଜନ ସନ୍ଧ୍ୟା ହିଁ କରୁଥିଲେ। ଯଦି ଆପଣ ତାଙ୍କ ଜାଗରଣର ଫୁଟେଜ ଦେଖିବେ ତେବେ ସେଠାରେ ମଧ୍ୟ ସେ ପାର୍ଟି ଭଳି ନଜର ଆସୁଛନ୍ତି । ସେ ଛୋଟ ପିଲାଙ୍କ ପରି ଡାନ୍ସ ଏବଂ ଭଜନ ଗାଉଥିଲେ,ଏବଂ ଲୋକ ପାଗଳ ହୋଇଯାଉଥିଲେ। ସେ ସେବେଠାରୁ ପାର୍ଟି କରୁଛନ୍ତି।’

wp:core-embed/instagram {"url":"https://www.instagram.com/tv/B_2p_V8Bnqa/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/tv/B_2p_V8Bnqa/?utm_source=ig_embed
/wp:core-embed/instagram

ନେହା କକ୍କରଙ୍କ କାମ କଥା କହିବା ଯଦି ସେ ନିଜ ଭାଇ ଏବଂ ସଙ୍ଗୀତକାର-ଗାୟକ ଟୋନି କକ୍କରଙ୍କ ସହ ମିଶି ନିକଟରେ ‘ଭିଗି ଭିଗି’ ଗୀତ ନେଇ ଆସିଥିଲେ। ଏହି ଗୀତ ୟୁଟୁବରେ ଧମାଲ ମଚାଇଥିଲା। ତାଙ୍କର ଏହି ରୋମାଣ୍ଟିକ୍ ଗୀତକୁ ଟୋନି କକ୍କର ଏବଂ ପ୍ରିନ୍ସ ଦୁବେ ମିଶି ଲେଖିଛନ୍ତି। ନେହା କକ୍କର ଦିଲବର,କାଲା ଚଶମା,ଗରମୀ,ଆଂଖ ମାରେ,ସେକେଣ୍ଡ ହ୍ୟାଣ୍ଡ ଜଓ୍ବାନି,କୋକା କୋଲା ଭଳି ଗୀତ ଗାଇ ଚର୍ଚ୍ଚାରେ ରହିଛନ୍ତି।

wp:core-embed/instagram {"url":"https://www.instagram.com/p/B_wzksAhwMn/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_wzksAhwMn/?utm_source=ig_embed
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.