ହନିମୁନରେ ଯାଇଥିବା ନେହା କକ୍କର ନିଜ ହୋଟେଲ୍ ରୁମରୁ ସେୟାର କଲେ ଭିଡିଓ : ଗାଇଲେ ‘ରବ ତୁହ୍ମେ ବଚ୍ଚେ ଦେ’ ଗୀତ

Published By : Prameya-News7 Bureau | November 13, 2020 IST

ମୁମ୍ବାଇ ୧୩/୧୧: ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କର ଏବେ ସ୍ବାମୀ ରୋହନପ୍ରୀତ ସିଂହଙ୍କ ସହ ଦୁବାଇରେ ହନିମୁନ ପିରିୟଡ଼ରେ ଏଞ୍ଜୟ କରୁଛନ୍ତି। ପ୍ରଥମେ ଉଭୟଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ନେହା କକ୍କରଙ୍କ ଭିଡିଓରୁ ଆରମ୍ଭ କରି ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା। ଏବେ ଉଭୟଙ୍କ ହନିମୁନ୍ ଟ୍ରିପର ଭିଡିଓ ସାମନାକୁ ଆସୁଛି। ନିକଟରେ ନେହା କକ୍କର ନିଜ ଭିଡିଓ ସେୟାର କରିଥିଲେ,ଯେଉଁଥିରେ ସେ ଓପନ କାର୍‌ରେ ବସି ଦୁବାଇର ରାସ୍ତାରେ ବୁଲୁଥିବାର ଦେଖାଯାଇଥିଲେ। ଏବେ ନେହା କକ୍କର ଦୁବାଇର ନିଜ ହୋଟେଲ ରୁମରୁ ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ଖୁବ୍ ପସନ୍ଦ କରାଯାଉଛି।

wp:core-embed/instagram {"url":"https://www.instagram.com/reel/CHe4xqnjOgw/","className":"instagram-media"}
/wp:core-embed/instagram

ଏହି ଭିଡିଓରେ ନେହା ନିଜ ସ୍ବାମୀ ରୋହନପ୍ରୀତ ସିଂହଙ୍କ ନିକଟରେ ରିଲିଜ ହୋଇଥିବା ଗୀତ ‘ଏକ୍ସ କଲିଂ’ରେ ଲିପସିଙ୍କ୍ କରୁଥିଲା ଦେଖାଯାଇଥିଲା। ଭିଡିଓ ସେୟାର କରି ନେହା କହିଛନ୍ତି ଯେ ତାଙ୍କୁ ଏହି ଗୀତ କେତେ ପସନ୍ଦ ଆସିଛି। ଭିଡିଓରେ ନେହା ରୋହନପ୍ରୀତଙ୍କ ଗୀତ ଏକ୍ସ କଲିଂର ସେହି ଲାଇନକୁ ଆବୃତି କରୁଥିବା ଦେଖାଯାଇଛନ୍ତି,ଯାହାର ଅର୍ଥ- ‘ହମ୍ ପ୍ୟାର ଜତାତେ ଥେ ତୋ ତୁହ୍ମେ ବଚ୍ଚେ ଲଗତେ ଥେ। ରବ ତୁହ୍ମେ ବଚ୍ଚେ ଦେ। ହମ ତୋ ବସ୍ ଇତନା ହି କହ ସକତେ ହେଁ।’

{"id":361006,"sizeSlug":"large"}

ଭିଡିଓ ସେୟାର କରି ନେହା ଏହି ଗୀତକୁ ନେଇ ନିଜ ପ୍ରେମ ପ୍ରକାଶ କରିଛନ୍ତି। ସେହିପରି ୟୁଜର୍ସଙ୍କୁ ମଧ୍ୟ ନେହା କକ୍କରଙ୍କ ଏହି ଭିଡିଓ ବହୁତ ପସନ୍ଦ ଆସିଛି। ୟୁଜର୍ସ ତାଙ୍କ ଭିଡିଓରେ କମେଣ୍ଟ ଜରିଆରେ ପ୍ରତିକ୍ରିୟା ଦେଉଛନ୍ତି। ଏହି ଗୀତକୁ ସଙ୍ଗ୍ ରାଇଟର ବବ୍ବୁ ଲେଖିଛନ୍ତି ଏବଂ ଗାଇଛନ୍ତି ରୋହନପ୍ରୀତ ସିଂହ। ଗୀତରେ ରୋହନପ୍ରୀତଙ୍କ ସହ ଟିଭି ଅଭିନେତ୍ରୀ ଅବନୀତ କୌର ନଜର ଆସିଛନ୍ତି।ଗୀତଟି ନଭେମ୍ବର ୧୦ତାରିଖରେ ରିଲିଜ ହୋଇଥିଲା ଏବଂ ଏହାକୁ ଏବେ ସୁଦ୍ଧା ୧୦,୦୦୨,୧୭୦ ଭିଉସ୍ ମିଳି ସାରିଛି।

{"id":361007,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.