ସେଲିବ୍ରିଟି ସିଙ୍ଗର ନେହା କକ୍କଡଙ୍କୁ ଆଉ ଏକ ସଫଳତା, ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ ପାଇବାରେ ଭାରତର ପ୍ରଥମ ଗାୟିକା

Published By : Prameya-News7 Bureau | January 08, 2021 IST

ନୂଆଦିଲ୍ଲୀ ୦୮/୦୧ : ବଲିଉଡ କଣ୍ଠଶିଳ୍ପୀ ନେହା କକ୍କଡ ପୁଣି ଖବରରେ । ସେଲିବ୍ରିଟି ସିଙ୍ଗର ସଫଳତାର ଆଉ ଏକ ମୁକୁଟ ପିନ୍ଧିଛନ୍ତି ଆଉ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନେହାଙ୍କ ଏହି  ସଫଳତା ବେଶ ନିଆରା । ସଫଳତା ଲାଗି କ୍ରମାଗତ ଭାବରେ ଇତିହାସ ସୃଷ୍ଟି କରିଚାଲିଛନ୍ତି ନେହା । ପ୍ରଥମେ ସେ  ଭାରତର ପ୍ରଥମ କଣ୍ଠଶିଳ୍ପୀ ଭାବେ ଇନଷ୍ଟାଗ୍ରାମରେ କରିଥିଲେ ରେକର୍ଡ । ଇନଷ୍ଟାଗ୍ରାମରେ  ତାଙ୍କର ସବୁଠୁ ଅଧିକ ଫ୍ୟାନ୍ ବା ଫଲୋୟର । ଏବେ ନେହା ଆଉ ଏକ ନୂତନ ସଫଳତା ପାଇଛନ୍ତି ।    

ନେହାଙ୍କୁ ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ ଦିଆଯାଇଛି, ଯାହାକୁ ପାଇଥିବା ସେ ଭାରତର ପ୍ରଥମ କଣ୍ଠଶିଳ୍ପୀ ଅଟନ୍ତି । ନେହା ଏହି ଖୁସି ଖବର ତାଙ୍କ ଫ୍ୟାନ୍ସଙ୍କୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ତାଙ୍କୁ ଅନେକ ଶୁଭେଚ୍ଛା ମଧ୍ୟ ମିଳୁଛି ।

ନେହା ଇନଷ୍ଟାଗ୍ରାମରେ ଟ୍ରଫି ସହ ଫଟୋ ସେୟାର କରି ଲେଖିଛନ୍ତି, 'ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ ପାଇବାରେ ସେ ଏକମାତ୍ର ଭାରତୀୟ କଣ୍ଠଶିଳ୍ପୀ । ଏହା ମୋର ପରିବାରର ସହଯୋଗ ପାଇଁ  ସମ୍ଭବ ହୋଇଛି । ଏଥିପାଇଁ ସେ ତାଙ୍କ ବାପା-ମା, ଭାଇ ଟୋନି କକ୍କଡ, ଭଉଣୀ ସୋନୁ କକ୍କଡଙ୍କୁ ଶ୍ରେୟ ଦେବାବେଳେ ଶ୍ରୋତାଙ୍କୁ ବି କ୍ରେଡିଟ୍ ଦେବାକୁ ଭୁଲି ନାହାଁନ୍ତି । ରୋହନପ୍ରୀତଙ୍କ ପାଇଁ ବି ଲେଖିଛନ୍ତି ନେହା... ପରିବାରର ନୂତନ ସଦସ୍ୟଙ୍କ ପାଇଁ ଅନେକ ଅନେକ ଭଲ ପାଇବା ।' 

ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ କୌଣସି ଚ୍ୟାନେଲକୁ ସେତେବେଳେ ଦିଆଯାଏ , ଯେତେବେଳେ ତାହାର ଉପଭୋକ୍ତାଙ୍କ ସଂଖ୍ୟା ୧୦ମିଲିୟନ ହୋଇଯାଏ । ନେହାଙ୍କ ୟୁଟ୍ୟୁବ ଚ୍ୟାନେଲରେ ବର୍ତ୍ତମାନ ୧୧.୮ ମିଲିୟନ ୟୁଜର ଅଛନ୍ତି । ସେଥିଲାଗି ନେହାଙ୍କୁ ୟୁଟ୍ୟୁବ ଡାଏମଣ୍ଡ ଆୱାର୍ଡ ଦିଆଯାଇଛି ।

{"id":388967,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.