ହିମାଂଶଙ୍କ ସହ ବ୍ରେକଅପ ପରେ ନେହା କକ୍କଡଙ୍କ ନୂଆ ଗୀତ: “ଇସମେ ତେରା ଘାଟା ମେରା କୁଛ ନୈହିଁ ଯାତା…” ସୋସିଆଲ ମିଡିଆରେ ବେଶ ଆଦୃତ
4/02/2019 at 3:21 PM

ମୁମ୍ୱାଇ ୪|୨: ବଲିଉଡର ଫେମସ ଗାୟିକା ନେହା କକ୍କଡ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କ କଣ୍ଠ ସ୍ୱରରୁ ସେ ଅନେକ ଲୋକଙ୍କ ଦିଲ୍ରେ ରାଜ କରନ୍ତି। ଖୁବ କମ ସମୟ ମଧ୍ୟରେ ନେହା ତାଙ୍କ ଗୀତରୁ ଲୋକପ୍ରିୟତା ହାସଲ କରିଛନ୍ତି। ୨୦୦୬ ମସିହାରେ ଇଣ୍ଡୟାନ ଆଇଡଲ ସୋ’ରେ ନେହା ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ଏବଂ ସେହି ସୋରେ ୨୦୧୦ ମସିହାରେ ସେ ବିଚାରକ ହେଇଥିଲେ। ଜିଟିଭି ଚ୍ୟାନଲରେ ପ୍ରସାରିତ ହେଉଥିବା ସା ରେ ଗା ମା ପା ଲିଟିଲ୍ ଚ୍ୟାମ୍ପସ୍ରେ ମଧ୍ୟ ନେହା ବିଚାରକ ଥିଲେ।

ହିମାଂଶ କୋହଲିଙ୍କ ସହ ନେହା ରିଲେସନସିପ୍ରେ ଥିଲେ। ଇଣ୍ଡଷ୍ଟ୍ରିରେ ଉଭୟଙ୍କୁ କ୍ୟୁଟ୍ ଯୋଡି ବୋଲି କୁହାଯାଉଥିଲା। ଦୁହିଁଙ୍କ ଲଭ ଷ୍ଟୋରିର ଖୁବ୍ ଚର୍ଚ୍ଚାରେ ଥିଲା। ୩ ମାସର ରିଲେସନସିପ୍ ପରେ ଏବେ ଉଭୟଙ୍କର ବ୍ରେକ୍ଅପ ଖବର ନେହା ଘୋଷଣା କରିଛନ୍ତି। ଚଳିତ ବର୍ଷ ଭେଲେନଟାଇନ୍ ୱିକ ଆରମ୍ଭ ହେବା ପୂର୍ବରୁ ଦୁହିଁଙ୍କର ବ୍ରେକ୍ଅପ ହୋଇଥିଲା। ଏହି କାରଣ ପାଇଁ ନେହା ଦୁଃଖିତ ଥିବାର ସ୍ପଟ କରାଯାଇଛି।। ସୋସିାଲ ମିଡିଆରେ ମଧ୍ୟ ନେହା ସେଡ୍ କୋଟ୍ ସେୟାର କରିଛନ୍ତି।

ତେବେ ବ୍ରେକଅପ୍ ପରେ ନେହା ତାଙ୍କ ମନର ଭାବନାକୁ ପରିପ୍ରକାଶ କରିବା ପାଇଁ ନୂଆ ଗୀତ ବଜାରକୁ ଛାଡିଛନ୍ତି। ଗୀତଟି ଶୁଣିଲେ ଏମିତି ଲାଗୁଛି ଯେମିତି ନେହା ଏହି ଗୀତ ଦ୍ୱାରା ହିମାଂସଙ୍କୁ କଡା ଜବାବ ଦେଇଛନ୍ତି। ନେହାଙ୍କ ନୂଆ ଗୀତ “ ଇସମେ ତେରା ଘାଟା ମେରା କୁଛ ନହିଁ ଯାତା” କୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି।

ୟୁଟ୍ୟୁବ୍ରେ ମଧ୍ୟ ଗୀତକୁ ଲଗାତାର ଅଧିକ ଲାଇକ ମିଳି ଚାଲିଛି। ୭,୩୪୨,୫୯୫ ଥର ଗୀତକୁ ଦେଖା ଯାଇଛି। ସୋସିଆଲ ମିଡିଆରେ ଗୀତଟି ଧମାଲ କରିଛି। ଏହି ଗୀତ ପ୍ରକୃତରେ ଗଜେନ୍ଦ୍ର ବର୍ମା ଗାଇଥିଲେ। ଗଜେନ୍ଦ୍ରଙ୍କ ଲେଖା ଯାଇଥିବା ଗୀତ ସେ ନିଜେହିଁ ଗାଇଥିଲେ। ପ୍ରଥମରୁ ଏହି ଗୀତ ଯୁବ ପିଢୀଙ୍କ ମଧ୍ୟରେ ବହୁତ ଫେମସ୍। ନେହାଙ୍କ ଗାଇବା ପରେ ଗୀତ ଆହୁରି ହିଟ୍ ହୋଇଯାଇଛି। ନେହାଙ୍କ ଫ୍ୟାନସ ଏହି ଗୀତ ଶୁଣି ସୋସିଆଲ ମିଡିଆରେ ଖୁସି ପ୍ରକାଶ କରିଛନ୍ତି। ଏହି ଗୀତର ପ୍ରଯୋଜକ ହେଉଛନ୍ତି ଆଦିତ୍ୟ ଦେବ ।
Related Posts
ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
22 January 2021
‘ମୋଷ୍ଟ ପପୁଲାର ଷ୍ଟାର ଇଣ୍ଡିଆ ଲଭ୍ସ’ ତାଲିକାରେ ପୁଣି ଶୀର୍ଷରେ ଦୀପିକା
22 January 2021