Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ରୋହନପ୍ରୀତଙ୍କ ନାଁରେ ମେହେନ୍ଦୀ ଲଗାଇଲେ ନେହା କକ୍କର : ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍

23/10/2020 at 4:50 PM

ମୁମ୍ବାଇ ୨୩/୧୦: ନେହା କକ୍କରଙ୍କ ହାତରେ ରୋହନପ୍ରିତ ସିଂହଙ୍କ ନାଁର ମେହେନ୍ଦୀ ଲାଗି ଯାଇଛି। ନେହାଙ୍କ ମେହେନ୍ଦୀର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଦିଲ୍ଲୀର ପ୍ରସିଦ୍ଧ ରାଜୁ ମେହେନ୍ଦୀ ଟିମ୍ ନେହା କକ୍କରଙ୍କ ହାତରେ ବିବାହର ମେହେନ୍ଦୀ ଲଗାଇଛନ୍ତି। ରାଜୁ ମେହେନ୍ଦୀ ଟିମ୍ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ନେହା କକ୍କରଙ୍କ ଭଳି ଦମଦାର ଗାୟିକାଙ୍କ ହାତରେ ବ୍ରାଇଡାଲ୍ ମେହେନ୍ଦୀ ଲଗାଇବା ଆମ ପାଇଁ ଗର୍ବର ବିଷୟ।

ସୂଚନା ମୁତାବକ ଆଜି ସେମାନେ କୋର୍ଟ ମ୍ୟାରେଜ କରିବେ ଏବଂ ଏହା ପରେ ଅକ୍ଟୋବର ୨୬ତାରିଖରେ ପଞ୍ଜାବରେ ଗ୍ରାଣ୍ଡ ରିସେପ୍ସନ ହେବ। ନେହା ନିକଟରେ ରୋକା ସେରେମନିର ଭିଡିଓ ଜାରି କରିଥିଲେ ଯେଉଁଥିରେ ସେ ରୋହନପ୍ରିତଙ୍କ ସହ ଡାନ୍ସ କରୁଥିବାର ନଜର ଆସିଥିଲେ। ନେହା ରୋକା ଭିଡିଓ ସେୟାର କରି ଲେଖିଥିଲେ ,‘ ସେମାନଙ୍କ ରୋକା ସେରେମନିର କ୍ଲିପ୍। ସେ ରୋହନପ୍ରିତ ଏବଂ ପରିବାରକୁ ବହୁତ ଭଲ ପାଆନ୍ତି। ଧନ୍ୟବାଦ ମିସେଜ ଏଣ୍ଡ ମିଷ୍ଟର କକ୍କର,ଅର୍ଥାତ୍ ମା-ବାପା ଏହି ସୁନ୍ଦର ଉତ୍ସବ ପାଇଁ।’

ନିକଟରେ ନେହା କକ୍କର ଏବଂ ରୋହନପ୍ରୀତ ସିଂହଙ୍କ ଭିଡିଓ ସଙ୍ଗ୍ ‘ନେହୁ ଦା ବ୍ୟାହ’ ରିଲିଜ ହୋଇଛି। ଭିଡିଓରେ ନେହା ଏବଂ ରୋହନପ୍ରିତଙ୍କ ରୋମାଣ୍ଟିକ୍ ଯୋଡ଼ିକୁ ଖୁବ୍ ପସନ୍ଦ କରାଯାଉଛି। ‘ନେହୁ ଦା ବ୍ୟାହ’ ଗୀତକୁ ନେହା କକ୍କର ଏବଂ ରୋହନପ୍ରୀତ ସିଂହ ଗାଇଛନ୍ତି। ଭିଡିଓରେ ଉଭୟଙ୍କ ଲଭଷ୍ଟୋରୀକୁ ଦେଖାଯାଇଛି।

   Related Posts