ନେହା ଓ ଆଦିତ୍ୟଙ୍କ ବିବାହ ସମ୍ପନ୍ନ! ଭିଡିଓ ଭାଇରାଲ୍

Published By : Prameya-News7 Bureau | February 14, 2020 IST

ମୁମ୍ବାଇ୧୪|୨:ବଲିଉଡ୍‌ ସିଙ୍ଗର ନେହା କକ୍କଡ଼ ଓ ଆଦିତ୍ୟ ନାରାୟଣଙ୍କ ବିବାହ ଚର୍ଚ୍ଚା ଖୁବ ଜୋର ସୋରରେ ଚାଲିଛି। ଉଭୟ ଭାଲେଣ୍ଟାଇନ୍ସ ଡେ'ରେ ବିବାହ କରିବେ ବୋଲି ଖବର ଆସିଥିଲା। ତେବେ ସେମାନଙ୍କ ବିବାହର ଭିଡିଓ ଭାଇରାଲ ହୋଇଛି। ସେମାନଙ୍କ ବାହାଘର ସରିଯାଇଛି। 'ଇଣ୍ଡିଆନ୍‌ ଆଇଡଲ୍‌ ୧୧'ର ସେଟ୍‌ରେ ଏହି କାହାଣୀ ଆରମ୍ଭ ହୋଇଥିଲା ଓ ସେହି ମଞ୍ଚ ଉପରେ ହିଁ ଦୁହିଁଙ୍କର ବିହାହ ସମ୍ପନ୍ନ ହୋଇଯାଇଛି।

wp:core-embed/instagram {"url":"https://www.instagram.com/p/B8hFz3ZBKCp/","type":"rich","providerNameSlug":"instagram","className":""}
https://www.instagram.com/p/B8hFz3ZBKCp/
/wp:core-embed/instagram

ଏବେ ସୋସିଆଲ ମିଡିଆରେ ବିବାହର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଆଦିତ୍ୟ ଓ ନେହା ପରସ୍ପରଙ୍କୁ ମାଳ ପିନ୍ଧାଉଥିବା ଦେଖିବାକୁ ମିଳିଛି। ସେମାନଙ୍କ ସହ ଶୋ'ର ଜଜ୍‌ ବିଶାଲ୍‌ ଦଦ୍‌ଲାନୀ, ହିମେଶ ରେଶମିଆ ଓ ପ୍ରତିଯୋଗୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ହେଲେ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ନାହାନ୍ତି। ତେଣୁ ଏହା କେବଳ ଶୋ'ର ଟିଆର୍‌ପି ବଢ଼ାଇବା ପାଇଁ କରାଯାଇଛି। ନିକଟରେ ଆଦିତ୍ୟଙ୍କ ବାପା ଉଦିତ୍‌ ମଧ୍ୟ ଏହି କଥାର ଖୁଲାସା କରିଛନ୍ତି।

wp:core-embed/instagram {"url":"https://www.instagram.com/p/B8g2oe_BPnh/","type":"rich","providerNameSlug":"instagram","className":""}
https://www.instagram.com/p/B8g2oe_BPnh/
/wp:core-embed/instagram

ଏହି ଏପିସୋଡ୍‌ରେ ହିମେଶଙ୍କ ପତ୍ନୀ ସୋନିଆ କପୁର ମଧ୍ୟ ସାମିଲ ହୋଇଛନ୍ତି। ନିକଟରେ ନେହା-ଆଦିତ୍ୟଙ୍କର ଏକ ମ୍ୟୁଜିକ୍‌ ଭିଡିଓ 'ଗୋଆ ବିଚ୍‌' ମଧ୍ୟ ରିଲିଜ୍‌ ହୋଇଯାଇଛି। 'ଗୋଆ ବିଚ୍‌' ଗୀତଟିକୁ ନେହାଙ୍କ ସହ ତାଙ୍କ ଭାଇ ଟୋନି କକ୍କଡ଼ ଗାଇଛନ୍ତି। ଗୀତରେ ଆଦିତ୍ୟ ଓ ନେହାଙ୍କ ସିଜଲିଂ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଗୀତଟିକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି। ପୂରା ଗୀତର ଭିଡିଓ ଶୁଟିଂ ଗୋଆର ସମୂଦ୍ରକୂଳରେ ହୋଇଛି। ନେହା ଆଦିତ୍ୟଙ୍କ ରୋମାନ୍ସ ଏବେ ବେଶ ଚର୍ଚ୍ଚାରେ ଅଛି।

wp:core-embed/instagram {"url":"https://www.instagram.com/p/B8etGT5hCO8/","type":"rich","providerNameSlug":"instagram","className":""}
https://www.instagram.com/p/B8etGT5hCO8/
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.