ନେହା କକ୍କଡଙ୍କ ଉଦାରତା… ଫାୟାର ବ୍ରିଗେଡ୍ କର୍ମୀଙ୍କୁ ଦେଲେ ୨ ଲକ୍ଷ ଟଙ୍କା

Published By : Prameya-News7 Bureau | January 22, 2020 IST

ମୁମ୍ବାଇ୨୨|୧: ରିୟାଲିଟି ସୋ' ଇଣ୍ଡିୟାନ ଆଇଡଲର ଜଜ୍‌ ତଥା ବଲିଉଡ ଗାୟିକା ନେହା କକ୍କଡ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି । ତାଙ୍କ କଣ୍ଠ ସ୍ୱରରୁ ସେ ଅନେକ ଲୋକଙ୍କ ଦିଲ୍‌ରେ ରାଜ କରନ୍ତି। ଖୁବ କମ ସମୟ ମଧ୍ୟରେ ନେହା ତାଙ୍କ ଗୀତରୁ ଲୋକପ୍ରିୟତା ହାସଲ କରିଛନ୍ତି। କେବେ ନିଜ ମହାନତା ନେଇ ତ କେବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ହଟ୍‌ ଲିଷ୍ଟରେ ରୁହନ୍ତି ନେହା । ନିକଟରେ ନେହାଙ୍କ ବିବାହ ଚର୍ଚ୍ଚା ଜୋର ଧରିଥିଲା। ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’କୁ ହୋଷ୍ଟ କରୁଥିବା ଆଦିତ୍ୟ ନାରାୟଣଙ୍କ ସହ ତାଙ୍କ ନାଁ ଯୋଡା ଯାଇଥିଲା।

{"id":214556,"sizeSlug":"large"}

ଏବେ ନିକଟରେ ପୁଣି ନେହା ଜଣେ ଦମକଳ କର୍ମୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଅଛନ୍ତି। ଏହା ପୂର୍ବରୁ ମଧ୍ୟ ନେହା ଇଣ୍ଡିୟାନ ଆଇଡଲର ଜଣେ ପ୍ରତିଯୋଗୀଙ୍କୁ ପରିବାର ସହ ଦୀପାବଳି ପାଳିବା ପାଇଁ ୧ ଲକ୍ଷ ଟଙ୍କା ଦେଇ ସାହାଯ୍ୟ କରିଥିଲେ। ଏବେ ପୁଣି ନେହା ସେହିଭଳି ଏକ ମହାନତାର କାମ କରିଛନ୍ତି।

{"id":214557,"sizeSlug":"large"}

୭୧ ତମ ଗଣତନ୍ତ୍ର ଦିବସ ଅବସରରେ ଇଣ୍ଡିଆନ ଆଇଡଲ ରିଆଲିଟି ସୋ' ରେ ଏକ ବିଶେଷ ଏପିସୋଡ଼ର ଆୟୋଜନ କରାଯାଇଥିଲା ।ଏଥିପାଇଁ ଭାରତୀୟ ସେନାର କିଛି ଯବାନ, ପୋଲିସ କର୍ମଚାରୀ, ସୁରକ୍ଷା କର୍ମୀଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ସୋ'ର ପ୍ରତିଯୋଗୀମାନେ ତାଙ୍କ ସମ୍ମାନରେ ବିଭିନ୍ନ ଦେଶାତ୍ମକ ଗୀତ ଗାଇଥିଲେ ।

{"id":214558,"sizeSlug":"large"}

ସେଠାରେ ନେହା ଦମକଳ କର୍ମୀ ବିପିନ ଗଣତ୍ରାଙ୍କୁ ୨ ଲକ୍ଷ ଟଙ୍କାର ସହାୟତା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଥିବା ବିପିନଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି । ବିପିନଙ୍କ ଜୀବନ କାହାଣୀ ଶୁଣି ନେହଙ୍କ ଭାବୁକ ହୋଇଯାଇଥିଲା । ତେବେ ତାଙ୍କ କାହାଣୀ ଶୁଣି ନେହା ତାଙ୍କୁ ଆର୍ଥିକ ସାହାଯ୍ୟ କରିବେ ବୋଲି ସୋ'ରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.