ବିବାହର ତିନି ମାସ ପରେ ସୋସିଆଲ ମିଡିଆରେ ନେହାଙ୍କ ‘ବେବି ବମ୍ପ୍’

Published By : Prameya-News7 Bureau | August 25, 2018 IST

ମୁମ୍ବାଇ ୨୫/୮ : ଅଭିନେତ୍ରୀ ନେହା ଧୂପିଆ ଏବଂ ତାଙ୍କ ସ୍ୱାମୀ ଅଙ୍ଗଦ ବେଦି ଫ୍ୟାନ୍ ମାନଙ୍କୁ ସରପ୍ରାଇଜ ଦେବାରେ କୌଣସି ବି ମୌକା ଛାଡୁନାହାନ୍ତି । ପୂର୍ବରୁ ଦୁହେଁ ନିଜ ସଂପର୍କକୁ ନେଇ କାହାକୁ ବି ଜାଣିବାକୁ ଦେଇନଥିଲେ । ଏମିତିକି ଉଭୟଙ୍କ ବିବାହ ସଂପର୍କରେ ମଧ୍ୟ କେହି ଜାଣିପାରିନଥିଲେ । ଏବେ ପୁଣି ଏମାନେ ଫ୍ୟାନ୍ ମାନଙ୍କୁ ସରପ୍ରାଇଜ କରିଦେଇଛନ୍ତି । ନେହା ଏବଂ ଅଙ୍ଗଦ ନିଜ ନିଜ ସୋସିଆଲ ଆକାଉଣ୍ଟରେ କିଛି ଫଟୋ ସହ ନେହାଙ୍କ ମାଆ ହେବାର ଖୁସି ସମସ୍ତଙ୍କ ସହ ସେୟାର କରିଛନ୍ତି । ଏହି ଫଟୋରେ ନେହାଙ୍କୁ ନିଜର ବେବି ବମ୍ପ୍ ସହ ଦେଖିବାକୁ ମିଳିଛି ଏବଂ ତାଙ୍କ ସହ ଅଛନ୍ତି ତାଙ୍କ ସ୍ୱାମୀ ଅଙ୍ଗଦ । ନେହା ଏବଂ ଅଙ୍ଗଦ ତିନି ମାସ ପୂର୍ବେ ତଥା ଚଳିତବର୍ଷ ମେ ୧୦ ତାରିଖରେ ଦିଲ୍ଲୀ ଗୁରୁଦ୍ବାରରେ ନିଜ ପରିବାରଲୋକ ଏବଂ କିଛି ସାଙ୍ଗସାଥୀଙ୍କ ଉପସ୍ଥିତିରେ ବିବାହ କରିଥିଲେ । ନିଜ ବିବାହର ଖବର ମଧ୍ୟ ଏମାନେ ଏହିପରି ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଫଟୋ ସେୟାର କରି ହିଁ ଦେଇଥିଲେ । ବିବାହ ପରେ ପରେ ନେହାଙ୍କ ମାଆ ହେବାର ଗୁଜବ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲା । ହେଲେ ନେହା ଏବଂ ଅଙ୍ଗଦ ତାହାକୁ ନେଇ ଚୁପ୍ ଥିଲେ । ମାତ୍ର ଏବେ ଦୁହେଁ ନେହାଙ୍କ ମାଆ ହେବାର ଗୁଜବକୁ ସତରେ ପରିଣତ କରିଛନ୍ତି । ସମସ୍ତଙ୍କୁ ନେହାଙ୍କ ମାଆ ହେବାର ଖୁସି ଖବର ଦେଇଛନ୍ତି । ଦୁହେଁ ଫଟୋରେ ବହୁତ ଖୁସି ଦେଖାଯାଉଥିବା ଦେଖିବାକୁ ମିଳିଛି। ନେହାଙ୍କୁ ଏବେ କାଜୋଲଙ୍କ ସହ ଅଭିନୀତ ଫିଲ୍ମ ‘ହେଲିକପ୍ଟର ଏଲା’ରେ ଦେଖିବାକୁ ମିଳିବ । ଫିଲ୍ମଟି ଅକ୍ଟୋବର ୧୨ତାରିଖରେ ରିଲିଜ୍ ହେବାକୁ ଯାଉଛି । ଏହା ସହ ‘ରୋଡିଜ’ ନାମକ ସୋ’ରେ ମଧ୍ୟ ସେ ଜଜ୍ ଭାବେ ନଦରକୁ ଆସିବେ। ସେହିପରି ଏବେ ଏବେ ରିଲିଜ୍ ହୋଇଥିବା ଫିଲ୍ମ ‘ସୁରମା’ରେ ଅଙ୍ଗଦଙ୍କୁ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.