ପୁଣି ମା'ଏ ହେଲେ ନେହା ଧୂପିଆ: ଜନ୍ମ ଦେଲେ ଶିଶୁ ପୁତ୍ର

Published By : Prameya-News7 Bureau | October 03, 2021 IST

ମୁମ୍ବାଇ ୦୩/୧୦ : ଅଭିନେତ୍ରୀ ନେହା ଧୂପିଆ ଓ ଅଙ୍ଗଦ ବେଦିଙ୍କ ଘରକୁ ନୂଆ ଅତିଥି ଆସିଛି। ନେହା ଧୂପିଆ ଦ୍ୱିତୀୟଥର ପାଇଁ ମା' ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏହା ପୂର୍ବରୁ ନେହା ଧୂପିଆଙ୍କ ଗୋଟିଏ ଝିଅ ଅଛି। ନେହାଙ୍କ ଝିଅ ମେହରକୁ ଭାଇ ମିଳିଯାଇଛି। ନେହା ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି। କିନ୍ତୁ ଏଯାଏଁ ଏ ସମ୍ପର୍କରେ ସେ କିଛି ସୂଚନା ଦେଇନାହାନ୍ତି। କିନ୍ତୁ ତାଙ୍କ ସ୍ୱାମୀ ଅଙ୍ଗଦ ବେଦି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି। ତାଙ୍କ ପ୍ରଶଂସକ ଓ ସେଲିବ୍ରିଟିଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି।

wp:html
/wp:html

ଜୁଲାଇରେ ନେହା ଓ ଅଙ୍ଗଦ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରି ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଥିଲେ ଯେ ତାଙ୍କ ଘରକୁ ନୂଆ ଅତିଥି ଆସିବାର ଅଛି। ରବିବାର ଦିନ ଶିଶୁ ଜନ୍ମ ପରେ ସେ ଏକ ଫଟୋ ସହ ପୋଷ୍ଟ ସେୟାର କରିଛନ୍ତି। ଅଙ୍ଗଦ ଲେଖିଛନ୍ତି, 'ଈଶ୍ୱର ଆଜି ଆମକୁ ଶିଶୁ ରୂପରେ ଆସିବାଦ ଦେଇଛନ୍ତି। ନେହା ଓ ଶିଶୁ ଦୁହେଁ ସୁସ୍ଥ ଅଛନ୍ତି। ମେହର ନୂଆ ଅତିଥିକୁ ବେବି ଡାକିବାକୁ ପ୍ରସ୍ତୁତ ଅଛି। #Bedisboy ଏଇଠି ଅଛି।' ଏହାସହ ସେ ଏକ ହାର୍ଟ ଏମଜି ମଧ୍ୟ ସେୟାର କରିଛନ୍ତି।

{"id":521581,"sizeSlug":"large","linkDestination":"none"}

ଦ୍ୱିତୀୟଥର ବାପା ହେବାରୁ ଅଙ୍ଗଦ ଏତେ ଖୁସି ଯେ ଇନଷ୍ଟା ଷ୍ଟୋରିରେ ଭାଙ୍ଗଡା ଡ୍ୟାନ୍ସ କରି ସେ ଏକ ଫଟୋ ସେୟାର କରିଛନ୍ତି ପ୍ରଶଂସକଙ୍କୁ ନୂଆ ଅତିଥି ବିଷୟରେ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.