ବିବାହର ୬ମାସ ପରେ କନ୍ୟା ସନ୍ତାନର ଜନନୀ ହେଲେ ନେହା ଧୁପିଆ
18/11/2018 at 3:49 PM

ମୁମ୍ବାଇ ୧୮/୧୧: ୨୦୧୮ ମଇ ମାସରେ ବିବାହ କରିଥିବା ନେହା ଏବଂ ଅଙ୍ଗଦଙ୍କ ଘରେ ଏକ କୁନି ପରୀ ଆସିଛି। ନେହା ମୁମ୍ବାଇର ଖାର ସ୍ଥିତ ଓ୍ବିମେନସ୍ ହସ୍ପିଟାଲରେ ଆଜି ସକାଳେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।
ନେହା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ବେବି ବମ୍ପର ଫଟୋ ସେୟାର କରି ଗର୍ଭବତୀ ଥିବାର ଘୋଷଣା କରିଥିଲେ। ନେହା ଗର୍ଭବତୀ ଥିବାରୁ ଅଙ୍ଗଦ ଏବଂ ନେହା ଲୁଚିଛପି ବିବାହ କରିଥିଲେ ବୋଲି ଖବର ମିଳିଥିଲା। କିନ୍ତୁ କିଛି ଦିନ ପୂର୍ବରୁ ନିଜେ ଅଙ୍ଗଦ ସ୍ବୀକାର କରିଥିଲେ ଯେ ନେହା ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଇଥିବାରୁ ତାଙ୍କୁ ଗୁପଚୁପ୍ ବିବାହ କରିବାକୁ ପଡ଼ିଥିଲା।
ନେହା ଏବଂ ଅଙ୍ଗଦ ଯେବେ ୨୦୧୭ ନଭେମ୍ବରରେ ସାଗରିକା ଏବଂ ଜାହୀରଙ୍କ ବିବାହ ରିସେପ୍ସନରେ ଏକାଠି ଆସିଥିଲେ ସେତେବେଳେ ତାଙ୍କ ପ୍ରେମ ସମ୍ପର୍କ ଥିବା ଖବର ସାମନାକୁ ଆସିଥିଲା। ନେହା ଏବଂ ଅଙ୍ଗଦ ତାଙ୍କ ଡେଟିଂ କଥା କାହାକୁ ଜଣାଇନଥିଲେ,କିନ୍ତୁ ପାଖାପାଖି ବର୍ଷେ ଡେଟିଂ କରିବା ପରେ ସେମାନେ ମଇ ମାସରେ ବିବାହ କରିବା ପାଇଁ ସ୍ଥିର କରିଥିଲେ।