Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଲଣ୍ଡନରୁ ଚାକିରୀ ଛାଡ଼ି ଆସିଲେ, କ୍ଷେତରେ ଖଟିଲେ: ଏବେ ବର୍ଷକୁ ରୋଜଗାର ୬୦ ଲକ୍ଷ, ଆଉ ସେ ରୋଲ୍‌ ମଡେଲ୍‌

13/10/2020 at 10:02 PM

ଆଗ୍ରା ୧୩/୧୦: ଅନେକ ଚାଷୀ ଏବେ ନିଜର କୌଳିକ ବୃତ୍ତି ଛାଡ଼ି ଭଲ ରୋଜଗାର ଆଶାରେ ସହରମୁହାଁ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ବିଦେଶରୁ ବଡ଼ ଚାକିରୀ ଛାଡ଼ି ନିଜ ମାଟିରେ ଚାଷ କରିବାର ନିଶା ହୁଏତ କମ୍‌ ଲୋକଙ୍କ ପାଖରେ ଥିବ। କିନ୍ତୁ ଏହି ପରମ୍ପରା ଏବେ ଭାରତରେ ଆରମ୍ଭ ହୋଇଗଲାଣି। ବିଭିନ୍ନ ସମୟରେ ଚାକିରୀ କରିଥିବା ଲୋକ ଚା​‌ଷ ପ୍ରତି ମନ ବଳାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଥରେ ଭାବିଲେ ଲଣ୍ଡନ ଭଳି ସହରରେ ଅଧିକ ବେତନ ବିଶିଷ୍ଟ ଚାକିରୀ ଛାଡ଼ି ଜଣେ ଯୁବତୀ ନିଜ ସହରକୁ ଫେରି ଚାଷ କରିବା ଓ ସେଥିରେ ବିପୁଳ ଲାଭ ପାଇବା,  କେତେ ଗର୍ବର କଥା। ଏମିତି ଜଣେ ଦୃଢ଼ମନା ଯୁବତୀ ହେଉଛନ୍ତି ଆଗ୍ରାର ନେହା ଭାଟିୟା।

୨୦୧୪ରେ ଲଣ୍ଡନ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରୁ ମାଷ୍ଟର୍ସ ପାସ୍‌ କରିବା ସହ ଭଲ ଚାକିରୀଟିଏ କରିଥିଲେ। ବର୍ଷେ ଚାକିରୀ କରିବା ପରେ ୨୦୧୭ରେ ନିଜ ସହରକୁ ଫେରି ଅର୍ଗାନିକ୍‌ ଫାର୍ମିଂ ଆରମ୍ଭ କରିଥିଲେ। ଏବେ ୩ଟି ସ୍ଥାନରେ ଚାଷ କରି ବର୍ଷକୁ ୬୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ନେହା। ୩୧ ବର୍ଷୀୟ ନେହା କୁହନ୍ତି ଯେ, ସେ ବ୍ୟବସାୟ କରିବେ ବୋଲି ଭାବିଥିଲେ। କିନ୍ତୁ କେବଳ ଟଙ୍କା ରୋଜଗାର ପାଇଁ ନୁହେଁ ବରଂ ସାମାଜିକ ବିକାଶ ପାଇଁ ତାହା ସହାୟକ ହେଉଥିବା ଆବଶ୍ୟକ। କିନ୍ତୁ ସେତେବେ​‌ଳେ ସେ ଚା​‌ଷ କଥା ଭାବିନଥିବା କହିଛନ୍ତି।

ଦିଲ୍ଳୀ ବିଶ୍ବବିଦ୍ୟାଳୟରେ ଗ୍ରାଜୁଏସନ୍‌ କରୁଥିବା ବେଳେ ନେହା ଏକ ସାମାଜିକ ସଂଗଠନରେ ସାମିଲ ହୋଇଥିଲେ। ବିଭିନ୍ନ ରାଜ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ପରେ ୨୦୧୨ରେ ଲଣ୍ଡନ ଯାଇଥିଲେ। ସେଠାରୁ ଫେରିବା ପରେ ପୁଣି ଏକ ସାମଜିକ ସଂଗଠନରେ ସାମିଲ ହୋଇଥିଲେ ନେହା। ପରେ ଅନେକ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ। ସେଠାରୁ ଜାଣିବାକୁ ପାଇଲେ ସୁଶମ ଖାଦ୍ୟ ମୁଖ୍ୟ ପ୍ରସଙ୍ଗ। ପରେ ୨୦୧୬ରେ ସେ କ୍ଳିନ୍‌ ଇଟିଂ ମୁଭ୍‌ମେଣ୍ଟ ଆରମ୍ଭ କରିବାକୁ ସ୍ଥିର କଲେ। ଫଳରେ ଲୋକଙ୍କୁ ଶୁଦ୍ଧ ଖାଦ୍ୟ ମିଳିପାରିବ। ତାପରେ ସେ ବହୁ ବିଶେଷଜ୍ଞଙ୍କୁ ଭେଟିଥିଲେ। ଭଲ ଖାଦ୍ୟ ପାଇଁ ଭଲ ଚାଷ ଦରକାର। ଚାଷରେ ୟୁରିଆ ଓ ଅନ୍ୟ କୀଟନାଶକ ମିଶିଲେ ଖାଦ୍ୟର ମାନ କମିବ ବୋଲି ସେ ଜାଣିବାକୁ ପାଇଥିଲେ।

ତେଣୁ ନେହା ଅର୍ଗାନିକ୍‌ ଫାର୍ମିଂ କଥା ଚିନ୍ତା କଲେ। କିନ୍ତ ଚାଷ ଉପରେ କିଛି ଜ୍ଞାନ ନଥିଲା ତାଙ୍କର। ସେ ୬-୭ ମାସ ଏକ ଗାଁରେ ଚାଷ କାର୍ଯ୍ୟ ସମ୍ପର୍କରେ ଜାଣିଲେ। ପରେ ନୋଏଡାରେ ତାଙ୍କ ପରିବାରର ଥିବା ଦୁଇ ଏକ ଜମିରେ ପରିବା ଚାଷ ଆରମ୍ଭ କରିଥିଲେ। ପ୍ରଥମରୁ ତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା। କିନ୍ତୁ ପରେ ସେ ନିଜେ ବଜାରରେ ଏହାର ଉପକାରୀତା ବୁଝାଇଥିଲେ ।  ଧିରେଧରେ ରେସପନ୍ସ ବଢ଼ିଥିଲା। ଏହାପରେ ତାଙ୍କର ଏହି ଚାଷ ନୋଏଡା ବ୍ୟତୀତ ମୁଜାଫର ନଗର ଓ ଭୀମତାଲରେ ଆରମ୍ଭ ହୋଇଥିଲା। ଏବେ ମୋଟ ୧୫ ଏକର ଜମିରେ ପରିବା ଚାଷ ହେଉଥିବା ବେଳେ ୨୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଅନେକ ଚାଷୀ ତାଙ୍କ ପାଖରୁ ଅର୍ଗାନିକ୍‌ ଫାର୍ମିଂ ସମ୍ପର୍କରେ ଟ୍ରେନିଂ ନେଉଥିବା କହିଛନ୍ତି ନେହା ଭାଟିୟା।

   Related Posts