Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଗୁରୁତର ରୋଗୀଙ୍କ ବଦଳରେ ଡାଇଲେସିସ୍ ହେବାକୁ ଆସିଥିବା ରୋଗୀଙ୍କ କିଡ୍‌ନୀ ପ୍ରତ୍ୟାରୋପଣ କଲେ ଡାକ୍ତର…

1/12/2019 at 7:12 PM

ନ୍ୟୁଜର୍ସୀ୧/୧୨: ଆମେରିକାର ନ୍ୟୁଜର୍ସୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲର ଡାକ୍ତରଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି। ସମାନ ବୟସ ଓ ନାମର ଦୁଇଜଣ କିଡ୍‌ନୀ ରୋଗୀ ହସ୍ପିଟାଲରେ ଆଡମିଟ୍‌ ହୋଇଥିଲେ।   

ଦୁଇଜଣ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲେ। ତେବେ ୨ଜଣଙ୍କ ମଧ୍ୟରୁ ଜଣେ କିଡ୍‌ନୀ ଜନିତ ରୋଗରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଆଡ୍‌ମିଟ୍‌ ହୋଇଥିଲେ। ଏହି ରୋଗୀଙ୍କ କିଡ୍‌ନୀ ପ୍ରତ୍ୟାରୋପଣ ହେବାର ଥିଲା। ସେହିପରି ଅନ୍ୟ ଜଣେ କିଡ୍‌ନୀ ରୋଗୀଙ୍କ ଡାଇଲେସିସ୍ ହେବାର ଥିଲା। କିନ୍ତୁ ଆମେରିକାର ଲାଉର୍ଡେସ୍ ହସ୍ପିଟାଲର ଡାକ୍ତରମାନେ ଗୁରୁତର ରୋଗୀଙ୍କ କିଡ୍‌ନୀ ପ୍ରତ୍ୟାରୋପଣ କରିବା ବଦଳରେ ଡାଇଲେସିସ୍‌ ହେବାକୁ ଆସିଥିବା ରୋଗୀଙ୍କ କିଡ୍‌ନୀ ପ୍ରତ୍ୟାରୋପଣ କରି ଦେଇଥିଲେ।

ନଭେମ୍ବର ୨୪ ତାରିଖ​‌ରେ ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତର ଓ ହସ୍ପିଟାଲର ମ୍ୟାନେଜ୍‌ମେଣ୍ଟ ଭୁଲ ମାଗି ଥିଲେ। ଏଥିସହ ନଭେମ୍ବର ୧୮ ତାରିଖରେ ହସ୍ପିଟାଲର ଡାକ୍ତରମାନେ ପୁଣି ଗୁରୁତର ଅବସ୍ଥାରେ ଆଡ୍‌ମିସନ ହୋଇଥିବା ରୋଗୀଙ୍କ କିଡ୍‌ନୀ ପ୍ରତ୍ୟାରୋପଣ କରିଥିଲେ। ବର୍ତ୍ତମାନ ଦୁଇଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ରୋଗୀ ଓ ଡାକ୍ତରଙ୍କ ନାଁ ସାର୍ବଜନୀକ କରାଯାଇ ନାହିଁ।

   Related Posts