ଚାଉଳ ବଣ୍ଟନରେ ଅବହେଳା: ଠିକାଦାର ପରେ ଡିଲର ନିଲମ୍ବିତ, ଅନ୍ୟମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

Published By : Prameya-News7 Bureau | December 17, 2020 IST

ଭଦ୍ରକ୧୭/୧୨: ବେଆଇନ୍ ପିଡିଏସ ଚାଉଳ ଚାଲାଣ ଏବଂ ହିତାଧିକାରୀଙ୍କୁ ବଣ୍ଟନରେ ଅବହେଳା ଘଟଣାର ଖବର ପ୍ରସାରଣ ପରେ ଆକ୍ସନ ମୋଡ୍‌ରେ ଜିଲ୍ଲା ପ୍ରଶାସନ। ପ୍ରଥମେ ପିଡ଼ିଏସର ପରିବହନ ଠିକାଦାରଙ୍କୁ ନିଲମ୍ବିତ ସହ କାରଣ ଦର୍ଶାଅ ନୋଟିସ, ଏବେ ଡିଲରଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ତେବେ ଅନ୍ୟ କେତେକ ଡିଲର ଓ ସ୍ବୟଂ ସହାୟକ ଗୋଷ୍ଠୀକୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛି ଜିଲ୍ଲା ପ୍ରଶାସନ।

{"id":378625,"sizeSlug":"large","linkDestination":"none"}

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଏବେ ପିଡ଼ିଏସ ଯୋଗାଣ ଓ ବଣ୍ଟନରେ ଦୁର୍ନୀତିର ହବ୍‌ ପାଲଟିଛି। ଏ ସଂପର୍କରେ ଖବର ପ୍ରସାରଣ ମଧ୍ୟ ଚାଲିଛି। ଏହି ଘଟଣା ପରେ ଅନ୍ୟ କେତେ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ କରାଯାଇଛି।ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ତେଶିଙ୍ଗା ପଞ୍ଚାୟତର କୁଳଣା ବଜାର ଠାରେ ନଭେମ୍ବର ମାସ ୧୯ ତାରିଖ ଦିନ ବେଆଇନ ପିଡିଏସ ଚାଉଳ ବୋଝେଇ ଟ୍ରକକୁ ଅଟକ ରଖିଥିଲେ ସ୍ଥାନୀୟ ଲୋକେ। ପରେ ସହକାରୀ ଯୋଗାଣ ଅଧିକାରୀ ପହଞ୍ଚି ଯାଞ୍ଚ ପରେ ବେଆଇନ ହେଉଥିବା ନେଇ ଭଣ୍ଡାରୀପୋଖରୀ ଥାନାରେ ବେଆଇନ ପିଡ଼ିଏସ ସାମଗ୍ରୀ ଚାଲାଣ ହେଉଥିବା ନେଇ ଲିଖିତ ଏତଲା ଦେଇଥିଲେ ।

{"id":378626,"sizeSlug":"large","linkDestination":"none"}

ପୋଲିସ ଚାଉଳ ସହ ଟ୍ରକକୁ ଜବତ କରିଥିଲା। ପରେ ସ୍ଥାନୀୟ ହିତାଧିକାରୀମାନେ ଠିକ ଭାବେ ଚାଉଳ, ଗହମ ଓ ଅନ୍ୟାନ୍ୟ ସାମଗ୍ରୀ ପାଉନଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ଅତିରିକ୍ତ ଓ ସହକାରୀ ଯୋଗାଣ ଅଧିକାରୀ ତଦନ୍ତ ପାଇଁ ଯାଇଥିଲେ। ତଦନ୍ତ ବେଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ଅଟକ ରଖିଥିଲେ। ଜିଲ୍ଲାର ଭଣ୍ଡାରୀପୋଖରୀ ସହ ୪ଟି ବ୍ଲକ ପାଇଁ ନିଯୁକ୍ତ ଯୋଗାଣ ସାମଗ୍ରୀ ଠିକାଦାର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବନ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.