୭ ବର୍ଷ ହେଲା ଆଲୁଅର ସ୍ବପ୍ନରେ କେବଳ ଅନ୍ଧକାର: ଗାଁରେ ଟ୍ରାନ୍ସଫରମର, ଘରେ ମିଟର କିନ୍ତୁ ଜଳୁନି ବିଜୁଳି ବତୀ...

Published By : Prameya-News7 Bureau | January 02, 2020 IST

ନୂଆପଡ଼ା୨/୧: ଅନ୍ଧାରୀ ମୂଲକରେ ବିଦ୍ୟୁତ୍ ତାର ଦେଖି ଲେ।କ ଖୁସି ହେ।ଇଥିଲେ ।ଗାଁ ଦାଣ୍ଡ ଆଲୁଅ ହେବା ସହ ଟିଭିରୁ ଦେଶ ବିଦେଶର ଖବର ଜାଣିବାକୁ ଉତ୍ସାହିତ ହେ।ଇପଡିଥିଲେ ଲୋକେ ।କିନ୍ତୁ ଏ ଖୁସି ବେଶୀ ଦିନ ରହିଲାନି । ଟ୍ରାନ୍ସଫରମର ବସିବାର ୭ ବର୍ଷ ପରେ ବି ନୂଆପଡା ଜିଲ୍ଲା ଅଭୟାରଣ୍ୟ ଭିତରେ ଥିବା କେରମେଲି ପଞ୍ଚାୟତର ମାରାଗୁଡା ଗାଁ ଲେ।କମାନେ ଅନ୍ଧାରରେ ଅଛନ୍ତି।

{"id":205931,"sizeSlug":"large"}

ମିଟର ବସିବା ସହ  ତାର ବି ଟଣା ସରିଛି । ଟ୍ରାନ୍ସଫରମର ବି ବସିଛି । କିନ୍ତୁ ବିଜୁଳି ଆସୁନି । ବିଦ୍ୟୁତ୍ ବିଭାଗର ଏଭଳି ଅଜବ ନୀତି ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଅଭୟାରଣ୍ୟ ଭିତରେ ଥିବା କେରମେଲି ପଞ୍ଚାୟତର ମାରାଗୁଡା ଗାଁରେ। ୭ ବର୍ଷ ତଳେ ଗାଁକୁ ବିଜୁଳି ସଂଯେ।ଗ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।ଗାଁରେ ଖମ୍ବ ପଡିବା ବେଳେ ଲେ।କେ ଖୁସି ହେ।ଇଥିଲେ ।

{"id":205932,"sizeSlug":"large"}

ଗାଁ ଦାଣ୍ଡ ଆଲୁଅ ହେବା ସହ ଟିଭି ମାଧ୍ୟମରେ ଦେଶ ବିଦେଶର ଖବ ଜାଣିବେ ବୋଲି ଉତ୍ସାହିତ ହୋଇଥିଲେ ।ହେଲେ ସବୁ ଆଶା ଫସର ଫାଟିଗଲା । ବିଜୁଳି ସଂଯେ।ଗ ନହେବାରୁ ସବୁଠୁ ଅଧିକ କ୍ଷତି ସହୁଛନ୍ତି ଛାତ୍ରଛାତ୍ରୀ । ସ୍କୁଲରେ ଯେତିକି ପାଠ ପଢା ହେଉଛି । ରାତି ହେଲେ ଚିମିନି ଧୁଆଁରେ ଅଣନିଶ୍ବାସୀ ହେଉଛନ୍ତି ପିଲା । ଏମିତିକି କିରେ।ସିନ୍ ନମିଳିବାରୁ ଅନ୍ଧାରରେ ରାତି କାଟୁଛନ୍ତି ଗ୍ରାମବାସୀ ।

{"id":205933,"sizeSlug":"large"}

ଗାଁରେ ବିଜୁଳି ଆସିବା ଖୁସିରେ ଗଦ ଗଦ ହେ।ଇପଡିଥିଲେ ଗ୍ରାମବାସୀ । ଗାଁରେ ଖୁଣ୍ଟ ପେ।ତାଠୁ ତାର ଟଣା ଯାଏ ସବୁଥିରେ ସହଯେ।ଗ କରିଥିଲେ । କିନ୍ତୁ ବିଦ୍ୟୁତ୍ ସଂଯେ।ଗ ତ ହେଲାନି ସେମାନଙ୍କୁ ପାରିଶ୍ରମିକ ବି ମିଳିଲାନି । ଦେବି ଦେବି କହି ଠିକାଦାର ଛୁ ।ଏପଟେ ଜଙ୍ଗଲ ଭିତରେ ଅନ୍ଧାରରେ ପଡି ରହିଛନ୍ତି ଗାଁ ଲେ।କ । ଜୀବଜନ୍ତୁଙ୍କ ଭୟରେ ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ । ଏ ବାବଦରେ ସ୍ଥାନୀୟ ପ୍ରଶାସନକୁ କହି କହି ଥକି ଗ​ଲେଣି‌ । ହେଲେ ଗାଁ ଲେ।କଙ୍କ କଥା ଶୁଣୁଛି କିଏ ।

{"id":205934,"sizeSlug":"large"}

ବିଦ୍ୟୁତ୍ ସଂଯେ।ଗୀ କରଣ ଆଶା ଲେ।କଙ୍କ ମନରୁ ମଉଳି ଗଲାଣି । ଏବେ ଅପେକ୍ଷା କେବେ ଗାଁକୁ ସଂଯୋଗ ହେଉଛି ବିଜୁଳି ଆଉ କେବେ ବିଜୁଳି ଆଲୁଅ ପାଉଛନ୍ତି ଲୋକେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.