Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏସ୍‌ସିବିରେ ଡାକ୍ତର ଓ ନର୍ସଙ୍କ ଅବହେଳାରୁ ଅପରେସନ୍‌ ଟେବୁଲ୍‌ରୁ ପଡି ନବଜାତକର ମୃତ୍ୟୁ ଅଭିଯୋଗ

କଟକ ୧୦।୧୦ – କଟକ ଏସ୍ ସି ବି ମେଡିକାଲର ପ୍ରସୂତି ବିଭାଗରେ ଅଭାବନୀୟ ଘଟଣା।ଗର୍ଭ ଯନ୍ତ୍ରଣାରେ ଛଟ୍ ପଟ୍ ହେଉଥିବା ପ୍ରସୂତିଙ୍କୁ ଅପରେସନ୍ ଟେବୁଲ୍ ଉପରେ ଛାଡି ଚାଲିଗଲେ ଡାକ୍ତର ଆଉ ନର୍ସ।ପରିଣାମ ସ୍ୱରୂପ ପ୍ରସୂତିଙ୍କ ପ୍ରସବ ସମୟରେ କେହି ନଥିଲେ ଅପରେସନ୍ ଟେବୁଲ୍ ପାଖରେ ଆଉ ପିଲାଟି ଜନ୍ମ ହେଇ ଅପରେସନ୍ ଟେବୁଲ୍ ରୁ ତଳକୁ ଗଳି ପଡିଲା।ଅପରେସନ୍ ଟେବୁଲ୍ ରୁ ପିଲାଟି ତଳେ ପଡିଯିବାରୁ ନବଜାତକର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯାଗ କରିଛନ୍ତି।କିନ୍ତୁ ଏସ୍ ସି ବି କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ପ୍ରସୂତିଙ୍କର ମୃତ ପିଲାଟିଏ ଜନ୍ମ ହୋଇଥିଲା।କିନ୍ତୁ ପ୍ରସବ ସମୟରେ କାହିଁକି ଅପରେସନ୍ ଟେବୁଲ୍ ପାଖରେ ଡାକ୍ତର କିମ୍ବା ନର୍ସ ନଥିଲେ , ତାହା କ୍ୟାମେରା ଆଗରେ କହିବାକୁ କର୍ତ୍ତୃପକ୍ଷ ପଛଘୁଞ୍ଚା ଦେଉଛନ୍ତି।

କଟକ ଏସ୍ ସି ବି ମେଡିକାଲ ର ପ୍ରସୂତି ବିଭାଗରେ ଅଭାବନୀୟ ଘଟଣା।ଲେବର ରୁମ୍ ର ଅପରେସନ୍ ଟେବୁଲ୍ ଉପରୁ ନବଯାତକ ତଳକୁ ପଡିଗଲା।ଫଳରେ ନବଯାତକରୁ ମୃତ୍ୟୁ ହେଲା ବୋଲି ଅଭିଯୋଗ ଆସିଛି।।.ରବିବାର ଦିନ ଢେଙ୍କାନାଳ ସର୍ଜଙ୍ଗ ସାହି ର ଗୀତାମଣି ନାଏକ ଗର୍ଭ କଷ୍ଟ ଯୋଗୁଁ ଏସ୍ ସି ବି ର ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ।ବୁଧବାର ଗର୍ଭ କଷ୍ଟ ହେବାରୁ ଗୀତାଙ୍କୁ ଲେବର ରୁମ୍ ର ଅପରେସ୍ନ ଟେବୁଲ୍ କୁ ନିଆଯାଇଥିଲା।ଗର୍ଭ କଷ୍ଟ ସହି ନପାରି ଗୀତା ମଳ ତ୍ୟାଗ କରି ଦେବାରୁ ଅପରେସନ୍ ଟେବୁ୍ଲ ପାଖରେ ଥିବା ଡାକ୍ତର ଆଉ ନର୍ସ ଛାଡ ଚାଲି ଯାଇଥିଲେ।ସେତେବେଳକୁ ଗୀତା ଅପରେସନ୍ ଟେବୁ୍ଲ ଉପରେ ପ୍ରସବ ବେଦନାରେ ଛଟ୍ ପଟ୍ ହେଉଥିଲେ।ଡାକ୍ତର ଓ ନର୍ସ ଅପରେସନ୍ ଟେବୁଲ୍ ପାଖରେ ନଥିବା ବେଳେ, ଗୀତା ଶିଶୁ ପୁତ୍ରଟିକୁ ଜନ୍ମ ଦେଇଥିଲେ।ମାତ୍ର ଶିଶୁ ପୁତ୍ରଟିକୁ ଧରିବା ପାଇଁ କେହି ନଥିବାରୁ ନଜଜାତକ ଅପରେସନ୍ ଟେବୁଲ୍ ରୁ ତଳେ ଗଳି ପଡିଥିଲା।

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଗୀତାଙ୍କର ଗର୍ଭରେ ହିଁ ଶିଶୁଟିର ମୃତ୍ୟୁ ହୋଇଥିଲା।କିନ୍ତୁ ଲେବର ରୁମ୍ ର ଅପରେସନ୍ ଟେବୁଲ୍ ଉପରେ ଜଣେ ପ୍ରସୂତି ଛଟ୍ ପଟ୍ ହେଉଥିବା ବେଳେ, ଡାକ୍ତର ଓ ନର୍ସ କିଭଳି ତାଙ୍କୁ ଛାଡି ଚାଲିଗଲେ , ସେ ନେଇ ଉଠିଛି ପ୍ରଶ୍ନ।ଗୀତାଙ୍କ ଶାଶୁଙ୍କ କହିବା ଅନୁସାରେ ଶିଶୁଟି ଅପରେସନ୍ ଟେବୁଲ୍ ରୁ ତଳକୁ ପଡିବା ବେଳେ କାନ୍ଦିଥିବା ସେ ନିଜେ ଦେଖିଛନ୍ତି।କାରଣ ଡାକ୍ତର କି ନର୍ସ ନଥିବାରୁ ସେ ହିଁ ଶିଶୁଟିକୁ ତଳୁ ଉଠାଇଛନ୍ତି।ତେଣୁ ନବ ଜାତ ଶିଶୁ ପୁତ୍ରଟି  ତଲେ ପଡିଯିବା ରୁ ମୃତ୍ୟୁବରଣ କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।ଏପରି ଅଭାବନୀୟ ଘଟଣା ବାରମ୍ବାର ଏସ୍ ସି ବି ର ପ୍ରସୂତି ବିଭାଗରେ ଘଟୁଥିବା ଅଭିଯୋଗ ହୋଇଛି।

ଡାକ୍ତରଙ୍କ ଅବହେଳାରୁ ଏପରି ଏକ ଘଟଣା ଘଟିଥିବା କାରଣରୁ ଡାକ୍ତରଖାନା ଫାଣ୍ଡି ପୋଲିସ୍ ଓ ଏସ୍ ସି ବି ପ୍ରସୂତି ବିଭାଗର ଅଧିକାରୀ ମାନେ ପରିବାରକୁ ଏତଲା ନଦେବା ପାଇଁ ବା ଲିଖିତ ଅଭିଯୋଗ ନକରିବା ପାଇଁ ବୁଝା ଶୁଝା କରିଥିଲେ।ସେପଟେ ଏସ୍ ସି ବି କର୍ତ୍ତୃପକ୍ଷ  ଅବହେଳା ସମ୍ପର୍କରେ ମୁହଁ ଖୋଲିବାକୁ ନାରାଜ୍।

163 Views

   ସମ୍ବନ୍ଧିତ ଖବର