Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି: ଅଧ ବାଟରେ ହେଲା ଶବ ଅଦଳ ବଦଳ, ପରିବାର ଲୋକଙ୍କୁ ଧରାଇ ଦେଇଥିଲେ କରୋନା ସଂକ୍ରମିତଙ୍କ ମୃତ ଶରୀର

27/09/2020 at 3:41 PM

ଇନ୍ଦୋର ୨୭।୦୯: ବେପରୁଆ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଇନ୍ଦୋରର ଗ୍ରେଟ୍ କୈଳାସ ହସ୍ପିଟାଲ କର୍ତ୍ତୃପକ୍ଷ ପୁଣି ଥରେ ପ୍ରଶ୍ନ ଘେରରେ। ଏଥର ହସ୍ପିଟାଲର ଆଉ ଏକ ଚରମ ଅବହେଳା କାମ ସାମ୍ନାକୁ ଆସିଛି। ହସ୍ପିଟାଲ କର୍ତ୍ତୃପକ୍ଷ ଖାମ ଖିଆଲି ମନୋଭାବ କାରଣରୁ ହୋଇଛି ଶବ ଅଦଳ ବଦଳ। ଯାହାକୁ ନେଇ ଦୁଇ ପରିବାର ବହୁତ ହଇରାଣରେ ପଡିଛନ୍ତି। ହସ୍ପିଟାଲରେ ପରିଜନ ଘଟଣାକୁ ନେଇ ହସ୍ପିଟାଲରେ ଖୁବ୍ ହଙ୍ଗାମା କରିଛନ୍ତି।

ସୂଚନା ଅନୁଯାୟୀ ଇନ୍ଦୋରର ଖଣ୍ଡଓ୍ଵାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ମୃତ ଶରୀରର ପରିଜନଙ୍କୁ ହସ୍ତାନ୍ତର କରିଥିଲେ। ଯେବେ ପରିବାର ଲୋକ ଶବକୁ ଧରି ଆମ୍ବୁଲାନ୍ସ ଜରିଆରେ ଇନ୍ଦୋରରୁ ୬୦ କିଲୋମିଟର ଦୂର ବଡବାହ ଓ ସନାବାଦ ପର୍ଯ୍ୟନ୍ତ ହୋଇଥିଲେ, ସେତିକି ବେଳେ ହସ୍ପିଟାଲରୁ ଫୋନ ଆସିଥିଲା ଯେ, ଭୁଲବଶତଃ ମୃତ ଶରୀର ଅଦଳ  ବଦଳ  ହୋଇ ଯାଇଛି। ଆପଣଙ୍କ ପାଖରେ ଯେଉଁ ଶବ ରହିଛି ତାହା ମହୁ ବାସିନ୍ଦା ଜଣେ ବୃଦ୍ଧଙ୍କ ମୃତ ଶରୀର। ବୃଦ୍ଧଙ୍କ ମୃତ୍ୟୁ କରୋନା ସଂକ୍ରମଣରେ ଘଟିଛି। ଏହା ଶୁଣି ଖଣ୍ଡଓ୍ଵାର ଏହି ପରିବାର ଲୋକଙ୍କ ଚିନ୍ତା ବଢି ଯାଇଥିଲା।

ଶବ ଅଦଳବଦଳର ଖେଳ ସେହି ସମୟରେ ସାମ୍ନାକୁ ଆସିଲା ଯେତେବେଳେ ମହୁ ନିବାସୀ କରୋନା ସଂକ୍ରମିତ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଶବ ନେବାକୁ ହସ୍ପିଟାଲ ପହଞ୍ଚିଲେ। ହେଲେ ଶବ ଆଉ କାହାର ଥିବା ଦେଖିବାକୁ ପାଇଲେ। ହସ୍ପିଟାଲ କର୍ମଚାରୀଙ୍କୁ ଶବ ନଥିବା ନେଇ ଅଭିଯୋଗ କରିଥିଲେ। ଏହା ପରେ ଯାଇ ମେଡିକାଲ କର୍ତ୍ତୃପକ୍ଷଙ୍କ ହୋସ୍ ଆସିଥିଲା। ହସ୍ପିଟାଲ ପ୍ରଶାସନ ଖଣ୍ଡଓ୍ଵା ଅଭିମୁଖେ ଶବ ଧରି ଯାଉଥିବା ପରିବାରକୁ ଲୋକଙ୍କୁ ଫୋନ କରି ଫେରି ଆସିବାକୁ କହିଥିଲେ। ଏହା ପରେ ଅଧା ରାସ୍ତାରେ ଶବ ବଦଳା ଯାଇ ଠିକ୍ ଲୋକଙ୍କୁ ମୃତ ଶରୀର ଦିଆଯାଇଥିଲା।

ଏହି ପୂରା ମାମଲରେ ଖଣ୍ଡଓ୍ଵାର ପରିବାର ଲୋକ ହସ୍ପିଟାଲ କର୍ତ୍ତୃପକ୍ଷ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅନୁଯାୟୀ ତାଙ୍କର ୬୪ ବର୍ଷୀୟ ବାପା କରୋନା ସଂକ୍ରମିତ ହୋଇନଥିଲେ ମଧ୍ୟ ତାଙ୍କୁ କୋଭିଡ୍ ଓ୍ଵାର୍ଡରେ ରଖାଯାଇଥିଲା। ହେଲେ ମହୁର ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ କରୋନାରେ ହୋଇଥିଲା। ପୁଣି ଆମକୁ ଅଲଗା ଶବ ଧରାଇ ଦେଇଥିଲେ। ଏମିତି ସ୍ଥିତିରେ ଖଣ୍ଡଓ୍ଵା ଯାଉଥିବା ପରିବାର ଲୋକ କୋଭିଡ୍ ସଂକ୍ରମିତ ଶବ ସହିତ ୬୦ କିଲୋମିଟରରୁ ଅଧିକ ବାଟ ଯାଇ ସାରିଥିଲେ। ଏବେ ପରିବାରର ଦୁଇ ଲୋକ ଏବଂ ଡ୍ରାଇଭର କରୋନା ସଂକ୍ରମିତ ହେବାର ବିପଦ ରହିଛି।

ଏହି ପୂରା ଘଟଣାରେ ଅନେକ ଭିଡିଓ ଖଣ୍ଡଓ୍ଵା ଅଭିମୁଖେ ଯାଉଥିବା ପରିବାର ଲୋକ ତିଆରି କରିଛନ୍ତି ଏବଂ ଏହାକୁ ସାମାଜିକ ଗଣମାଧ୍ୟମରେ ମଧ୍ୟ ପୋଷ୍ଟ କରିଛନ୍ତି। ଭିଡିଓରେ ସ୍ପଷ୍ଟ ଭାବେ କହୁଛନ୍ତି ଯେ, କୈଳାସ ହସ୍ପିଟାଲରେ ଚିକିତ୍ସା ନକରିବା ହିଁ ସବୁଠୁ ଭଲ ହେବ।

   Related Posts