କାର୍ଯ୍ୟରେ ଅବହେଳା, ୪ ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କଲେ ଶିକ୍ଷା ଅଧିକାରୀ

Published By : Prameya-News7 Bureau | January 08, 2021 IST

ପାଟଣା ୦୮।୦୧: କାର୍ଯ୍ୟରେ  ଅବହେଳା ଯୋଗୁଁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ୪ ଟି  ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଦରମାକୁ ଶୁକ୍ରବାର ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ବନ୍ଦ କରିଛନ୍ତି। ଉକ୍ତ  ହାଇସ୍କୁଲ ଗୁଡିକ ହେଲା ଜମୁନାପଶିର ବିଶୋଇ ପାଟ ଉଚ୍ଚ ବିଦ୍ୟାଳୟ, ଖିରେଇଟାଙ୍ଗିରିର  ଉଚ୍ଚ ବିଦ୍ୟାଳୟ, ଡେଣୁଆର ଝାଲମଣି ଉଚ୍ଚ ବିଦ୍ୟାଳୟ  ଓ ବଲାଣିପଶିର ପି ,ଏମ ବି ଉଚ୍ଚ ବିଦ୍ୟାଳୟ ହୋଇଥିବା ଏନେଇ ଜିଲ୍ଲା ଶିକ୍ଷାଅଧିକାରୀ  ସଂଗ୍ରାମ ସାହୁ ସୂଚନା ଦେଇଛନ୍ତି।

କରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ପରେ ଶୁକ୍ରବାର ବିଦ୍ୟାଳୟ ଖୋଲିଛି। ଗାଇଡ୍‌ଲାଇନ୍‌  ପାଳନ ସହିତ ବିଦ୍ୟାଳୟକୁ ସଫା ସୁତୁରା ରଖିବାକୁ କଡା ନିର୍ଦ୍ଦେଶ ମଧ୍ୟ ରହିଛି। ହେଲେ ଏହି ବିଦ୍ୟାଳୟ ଗୁଡିକରେ ବିଦ୍ୟାଳୟ ଖୋଲିବାରେ ସରକାରୀ ଗାଇଡ଼ ଲାଇନକୁ ଉଲଙ୍ଘନ କରିଥିବା, ବିଦ୍ୟାଳୟ  ପରିବେଶକୁ ସଫା ସୁତୁରା କରିନଥିବା ଓ କାର୍ଯ୍ୟରେ ଅବହେଳା କରିଥିବାରୁ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି।

ସୂଚନାଯୋଗ୍ୟ  ଶୁକ୍ରବାର ଠାରୁ ରାଜ୍ୟର ହାଇସ୍କୁଲ ଗୁଡିକରେ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ବିଦ୍ୟାଳୟ ଖୋଲିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ ଓ ଡିପିସି ପୂର୍ଣ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଗାଇଡ଼ ଲାଇନ ଉଲଙ୍ଘନ କରିଥିବା ଦେଖିବାକୁ ପାଇବା ପରେ ପାଟଣା ବ୍ଲକର ୪ ଟି ଉଚ୍ଚ ବିଦ୍ୟାଳୟ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.