କଣ୍ଟେନମେଣ୍ଟ ଜୋନ୍ ପ୍ରତି ଅବହେଳା, ​‌ଲୋକେ ମାନୁ ନାହାନ୍ତି ନିୟମ

Published By : Prameya-News7 Bureau | August 14, 2020 IST

ନୀଳଗିରି୧୩/୮:  କଣ୍ଟେନମେଣ୍ଟ ଜୋନ୍ ପ୍ରତି ଅବହେଳା। ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ଏବଂ କାଣ୍ଡଗରଡ଼ିହି ପଞ୍ଚାୟତର ୪ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ପରେ ସେହି ଅଞ୍ଚଳ ପ୍ରତି ଅବହେଳା ହେଉଥିବା  ନେଇ ପ୍ରଶ୍ନ ଉଠିଛି। ନୀଳଗିରି ଥାନା ଅଧିନ ଔପଦା ବ୍ଲକ ଶ୍ୟାମସୁନ୍ଦରପୁର  ପଞ୍ଚାୟତ କାଣ୍ଡଗରଡ଼ିହି ପଞ୍ଚାୟତରେ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏ ନେଇ ଜିଲ୍ଲାପ୍ରଶାସନ ତରଫରୁ ଏହି ଦୁଇ ପଞ୍ଚାୟତର କୁଳିଗଡି, ଅସ୍ତିଆ, ଦ୍ଵାରିକା, କାନପୁର ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା।

ହେଲେ ଗତକାଲି ଜିଲ୍ଲାପାଳଙ୍କ ଚିଠିରେ ଏହି ସ୍ଥାନ ନୀଳଗିରି ବ୍ଲକ ଲେଖାଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ପୁଣି ଆଜି ଆଉଥରେ ସଂଶୋଧନ ହୋଇ ଚିଠି ଆସିଥିଲା। ତେବେ କଣ୍ଟେନମେଣ୍ଟ ଜୋନରେ ଦୁଇ ଖଣ୍ଡ ବାଉଁଶ ବାନ୍ଧି ଦେଇଥିବାବେଳେ ପୋଲିସ ନଥିବାରୁ  ଏହି ନିୟମକୁ କେହି ମାନିନଥିଲେ। ଅପରାହ୍ନରେ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଓ ତହସିଲଦାର ଅଶେଷ କୁମାର ନାୟକ ଘଟଣା ସ୍ଥଳକୁ  ପରିସ୍ଥିତିର ଅନୁଧ୍ୟାନ ପାଇଁ ଯିବାବେଳକୁ ପୋଲିସ ଅନୁପସ୍ଥିତ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। କଣ୍ଟେନମେଣ୍ଟ ଜୋନ ଘୋଷଣା କାହାପାଇଁ ବୋଲି ପ୍ରଶ୍ନ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଥିଲେ।

ତେବେ ଉପ-ଜିଲ୍ଲାପାଳ ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ସଂଧ୍ୟା ପୂର୍ବରୁ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ।ତେବେ ଘଟଣା ବିଷୟରେ ନୀଳଗିରି ଆଇଆଇସି ମିନତୀ ବିଶ୍ୱାଳ ଅଲଗା ମତ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.