Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବମ୍ବେ ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ ବାତିଲ : ସର୍ବୋଚ୍ଚ ଅଦାଲତ କହିଲେ-‘୨ ଜଣଙ୍କ ପାଇଁ ୧୬ ଲକ୍ଷ ପିଲାଙ୍କ ସ୍ୱାର୍ଥରେ ଲାଗିବନି ବ୍ରେକ୍’

28/10/2021 at 12:53 PM

ନୂଆଦିଲ୍ଲୀ ୨୮/୧୦: ନିଟ୍ ୟୁଜି ଫଳାଫଳକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ସୁପ୍ରିମକୋର୍ଟ ପରୀକ୍ଷା ଦେଇଥିବା ୧୬ ଲକ୍ଷ ଛାତ୍ରଙ୍କ ରେଜଲ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୋର୍ଟ ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଛନ୍ତି ଯେଉଁଥିରେ ବମ୍ବେ ହାଇକୋର୍ଟ ୨ ଛାତ୍ରଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କାରଣରୁ ସମସ୍ତଙ୍କ ରେଜଲ୍ଟ ସ୍ଥଗିତ ରହିଥିଲା ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ୨ ଛାତ୍ରଙ୍କ ପାଇଁ ପରୀକ୍ଷାର ଫଳାଫଳକୁ ରୋକା ଯାଇପାରିବନି । କାରଣ ୧୬ ଲକ୍ଷ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରି ରହିଛନ୍ତି । ସମସ୍ତଙ୍କ ହିତ ପାଇଁ ସନ୍ତୁଳନ ରକ୍ଷା କରିବା ଜରୁରୀ । ଶୁଣାଣି ବେଳେ ଜଷ୍ଟିସ ଏଲ ନାଗେଶ୍ୱର ରାଓ ସେଲିସିଟର ଜେନେରାଲ ତୁଷାର ମେହେତାଙ୍କୁ କହିଥିଲେ ଯେ, ରେଜଲ୍ଟରେ କୌଣସି ରୋକ ଲାଗିବା ଅନୁଚିତ । କିନ୍ତୁ ୨ ଛାତ୍ରଙ୍କ ହିତକୁ ଧ୍ୟାନ ଦେବାକୁ ପଡିବ । ଏହାସହ ସେ ରେଜଲ୍ଟ ପ୍ରକାଶନ ପାଇଁ ଅନୁମତି ଦିଆଯାଉ ବୋଲି କହିଥିଲେ ।

ଆହୁରି ମଧ୍ୟ ସୁପ୍ରିମକୋର୍ଟ ୨ ଛାତ୍ରଙ୍କ ପ୍ରସଙ୍ଗରେ ଏନଟିଏକୁ ଜବାବ ମାଗିଛନ୍ତି ।କୋର୍ଟ କହିଛନ୍ତି ଯେ, ପରବର୍ତ୍ତୀ ଶୁଣାଣି ଦୀପାବଳି ପରେ ହେବ ।ତେବେ ୨ ଛାତ୍ରଙ୍କୁ ଆଉ ଥରେ ପରୀକ୍ଷା ଦେବା ନିଷ୍ପତ୍ତିରେ ରୋକ ଲାଗୁ । ଏହା ଭୁଲ ସନ୍ଦେଶ ଦେବ ।  ସୂଚନାଯୋଗ୍ୟ, ନିଟ୍-ୟୁଜି ପରୀକ୍ଷାର ରେଜଲ୍ଟକୁ ନେଇ ସୁପ୍ରିମକୋର୍ଟରେ ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ଦିଆଯାଇଥିଲା ।

ସରକାରଙ୍କ ତରଫରୁ କୋର୍ଟଙ୍କୁ କୁହାଯାଇଥିଲା ଯେ, ବମ୍ବେ ହାଇକୋର୍ଟଙ୍କ ରାୟ ପରେ ଫଳାଫଳ ଉପରେ ରୋକ ଲଗାଯାଇଥିଲା । ଫଳରେ ଏମବିବିଏସ, ବିଡିଏସ, ବିଏଏମଏସ ଭଳି ପାଠ୍ୟକ୍ରମରେ ଆଡମିଶନ ବିଳମ୍ବ ହେବ । ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଭୁଲ ଉଦାହରଣ ସୃଷ୍ଟି କରିବ । ମାମଲାକୁ ଗୁରୁତର ସହ ନେଇ ସୁପ୍ରିମକୋର୍ଟ ଗୁରୁବାର ରେଜଲ୍ଟ ପ୍ରକାଶ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts