Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ଆଜି ପ୍ରକାଶ ପାଇବ ନିଟ୍ ପରୀକ୍ଷା ଫଳ

16/10/2020 at 10:38 AM

ଭୁବନେଶ୍ବର ୧୬।୧୦: ଆଜି ପ୍ରକାଶ ପାଇବ ନିଟ୍ ପରୀକ୍ଷା ଫଳ । ଦେଶରେ ଥିବା ମେଡିକାଲ କଲେଜଗୁଡ଼ିକର ଏମବିବିଏସ୍  ଓ ବିଡିଏସ୍  ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ପରୀକ୍ଷା ଫଳ କେତେବେଳେ ବାହାରିବ ସେନେଇ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ତେବେ ପରୀକ୍ଷାର୍ଥୀ ‘ntaneet.nic.in ଓ nta.ac.in’ ୱେବସାଇଟ୍  ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ । ସେପ୍ଟେମ୍ବର ୧୩ରେ ସାରା ଦେଶରେ ଅନୁଷ୍ଠିତ ପରୀକ୍ଷାରେ ୧୪ ଲକ୍ଷ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କରୋନା ଆକ୍ରାନ୍ତ ଓ କଣ୍ଟେନମେଣ୍ଟ ଜୋନରେ ରହିଥିବା କେତେଜଣ ଛାତ୍ରଛାତ୍ରୀଙ୍କ ପାଇଁ ଅକ୍ଟୋବର ୧୪ରେ ପରୀକ୍ଷା କରାଯାଇଥିଲା। ସେଥିରେ ମଧ୍ୟ କିଛି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଉଭୟ ପରୀକ୍ଷାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଏକାଥରେ ପ୍ରକାଶ ପାଇବ। ଓଡ଼ିଶାରୁ ପାଖାପାଖି ୩୪ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଦେଶର ଏକ ଲକ୍ଷ ଏମବିବିଏସ୍ ଓ ବିଡିଏସ ସିଟ୍ ରେ ନାମଲେଖା ଲାଗି ଏହି ପରୀକ୍ଷା ଅନୁଷ୍ଠିତ ହୋଇଛି।

   Related Posts