Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଅଭାବ ଭିତରେ ବଡ ଲକ୍ଷ୍ୟ, ନିଟ୍ ପରୀକ୍ଷାରେ ସଫଳ ହୋଇ ଡାକ୍ତରୀ ପଢିବାକୁ ଯୋଗ୍ୟତା ହାସଲ କଲେ ଭଦ୍ରକର ମୁର୍ସିଦ ଖାନ୍‌

6/11/2021 at 5:30 PM

ଭଦ୍ରକ ୬।୧୧: ଅଭାବ ଭିତରେ ବଡ ଲକ୍ଷ୍ୟ । ସମସ୍ୟା ଓ ଅସୁବିଧାକୁ ଅତିକ୍ରମ କରିବାର ଦୃଢ ନିଷ୍ଠା । ଏକାଗ୍ରତାରୁ ହିଁ ମିଳିଲା ସଫଳତା । ଭଦ୍ରକ ପୁରୁଣା ବଜାର ଅନ୍ତ୍ରଗତ କାଜିମହଲାର ମୁର୍ସିଦ ଖାନ୍‌ଙ୍କ ପିଲାବେଳର ସ୍ବପ୍ନ ହେଲା ସାକାର । ବଡ କଥାଟି ହେଲା ଏକ ଅଭାବୀ ପରିବାରର ପୁଅ ସେ । ଏକଦା ରିକ୍ସା ଚଳାଇ ପରିବାର ଚଳାଉଥିବା ବାପାଙ୍କ କଷ୍ଟର ମୂଲ୍ୟ ରଖିଛନ୍ତି ମୁର୍ସିଦ । ନିଟ୍ ପରୀକ୍ଷାରେ ସଫଳ ହୋଇ ଡାକ୍ତରୀ ପଢିବାକୁ ହାସଲ କରିଛନ୍ତି ଯୋଗ୍ୟତା । ଭଲ ଡାକ୍ତର ହେବାକୁ ରଖିଛନ୍ତି ଲକ୍ଷ ।

୪ ପୁଅ ଓ ଦୁଇ ଝିଅକୁ ନେଇ ମୈରାଜ ଖାନଙ୍କ ପରିବାର । ପୂର୍ବରୁ ରିକ୍ସା ଚଳାଇ ପରିବାର ଚଳାଉଥିବା ମୈରାଜ ୨୦୧୭ରେ ଦୁର୍ଘଟଣା ପରଠୁ ଘରେ ବସିଛନ୍ତି । ବଡ ପୁଅ ରିଆଜଉଦିନ ଖାନ ଉପରେ ପରିବାରର ବୋଝ । ସେ କିନ୍ତୁ ସାନ ଭାଇ ଭଉଣୀଙ୍କ ପାଠପଢା ପାଇଁ ଯତ୍ନବାନ୍ । ଆଉ ଏବେ ବାପା-ଭାଇଙ୍କ କଷ୍ଟର ମୂଲ୍ୟ ରଖିଛନ୍ତି ମୁର୍ସିଦ । ଜିନ୍ଦେଗୀ ଫାଉଣ୍ଡେସନର ସହାୟତା ଓ ନିଜ ପରିଶ୍ରମ ବଳରେ ନିଟ୍ ପରୀକ୍ଷାରେ ୬୦୯ ନମ୍ବର ରଖିଥିବା ମୁର୍ସିଦ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବେ । ପୁଅର ସଫଳତାରେ ବାପା ଗର୍ବିତ। ପଡୋଶୀ ବି ଖୁସି ।

ଦୃଢ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ବାସରେ ଅଭାବ ବାଧକ ହୋଇପାରେନି । ଏହାର ସଦ୍ୟତମ ଉଦାହରଣ ମୁର୍ସିଦ ।

   Related Posts