NEET ପିଜି କାଉନ୍‌ସେଲିଂ ସ୍ଥଗିତ, କାଉନ୍‌ସେଲିଂ ବନ୍ଦ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | October 25, 2021 IST

ଭୁବନେଶ୍ବର ୨୫।୧୦: NEET-ପିଜି କାଉନ୍‌ସେଲିଂ ଉପରେ ଲାଗିଲା ସ୍ଥଗିତାଦେଶ । କାଉନ୍‌ସେଲିଂ ବନ୍ଦ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ କାଉନ୍‌ସେଲିଂ ବନ୍ଦ ରହିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

OBC, EWS ସଂରକ୍ଷଣ ବୈଧତାକି ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ସର୍ବଭାରତୀୟ କୋଟାରେ ସଂରକ୍ଷଣ ନେଇ ସରକାର ନିଷ୍ପତ୍ତି ନେଇଥିଲେ । ଏନେଇ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି । ଆଜିଠୁ ଆରମ୍ଭ ହେବାର ଥିଲା NEET-ପିଜି କାଉନ୍‌ସେଲିଂ ପ୍ରକ୍ରିୟା ।

ସୁପ୍ରିମକୋର୍ଟ ସୋମବାର ଦିନ NEET- ପିଜି କାଉନସେଲିଂ ଉପରେ ରହିତାଦେଶ ଲଗାଇଛନ୍ତି । ଯେପର୍ଯ୍ୟନ୍ତ କୋର୍ଟ ସର୍ବ ଭାରତୀୟ ସଂରକ୍ଷଣରେ ଓବିସି ଏବଂ ଇଡବ୍ଲୁଏସ୍ ନେଇ କେନ୍ଦ୍ରର ନିଷ୍ପତ୍ତିର ବୈଧତା ଉପରେ କୋର୍ଟ ନିଷ୍ପତ୍ତି ନନେବେ ସେପର୍ଯ୍ୟନ୍ତ ଏହା ବନ୍ଦ ରହିବ ।

ବରିଷ୍ଠ ଓକିଲ ଅରବିନ୍ଦ ପି ଦତ୍ତାର ଜଷ୍ଟିସ୍ ଡି ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠରେ ଏହି ପ୍ରସଙ୍ଗକୁ ଉଲ୍ଲେଖ କରି ଅକ୍ଟୋବର ୨୫ରୁ ଆରମ୍ଭ ହେହାକୁ ଥିବା କାଉନସେଲିଂ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। କୋର୍ଟଙ୍କ ହସ୍ତକ୍ଷେପ ପାଇଁ ପ୍ରାର୍ଥନା କରି ସେ କହିଛନ୍ତି ଯେ, ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସମସ୍ତ ପ୍ରକ୍ରିୟା ଶେଷ ହୋଇପାରେ । ତେବେ ଏହାକୁ ଗ୍ରହଣ କରି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେପର୍ଯ୍ୟନ୍ତ କୋର୍ଟ ଏହି ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ କାଉନସେଲିଂ ବନ୍ଦ ନାହିଁ ।

ଜଷ୍ଟିସ୍ ଚନ୍ଦ୍ରଚୂଡ ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜଙ୍କୁ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆମେ ଏହି ନିଷ୍ପତ୍ତି ନ ନେବୁ ସେପର୍ଯ୍ୟନ୍ତ କାଉନସେଲିଂ ଆରମ୍ଭ ହେବ ନାହିଁ । କୋର୍ଟ ଗତ ସପ୍ତାହରେ EWS ମାନଦଣ୍ଡ ପାଇଁ କେନ୍ଦ୍ର ଦ୍ବାରା ଧାର୍ଯ୍ୟ ହୋଇଥିବା ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ସୀମାର ବୈଧତା ଉପରେ ସନ୍ଦେହ ପ୍ରକଟ କରିଥିଲେ । କିଛି ବିଶେଷ ପ୍ରସଙ୍ଗରେ ଉତ୍ତର ମାଗିଥିଲେ। ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ ବି.ଭି. ନାଗରତ୍ନାଙ୍କ ଏକ ଖଣ୍ଡପୀଠ ଗତ ସପ୍ତାହରେ ମାମଲାର ଶୁଣାଣି ଅକ୍ଟୋବର ୨୮ରେ କରିବା ପାଇଁ ସ୍ଥିର କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.