Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଘୁଂଚିପାରେ ନିଟ୍ ପରୀକ୍ଷା, କୋଭିଡ୍ ଡ୍ୟୁଟିରେ ନିୟୋଜିତ ହେବେ ଏମବିବିଏସ ଶେଷ ବର୍ଷର ଛାତ୍ର, ବଡ ନିଷ୍ପତି ନେଇ ପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ

2/05/2021 at 4:27 PM

ନୂଆଦିଲ୍ଲୀ ୦୨ ।୦୫: ଦେଶରେ ଜାରି କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ବଡ ନିଷ୍ପତି ନେବାକୁ ଯାଉଛନ୍ତି । ସୂତ୍ର ଅନୁଯାୟୀ, ଏମବିବିଏସ ଓ ନର୍ସିଂର ଶେଷ ବର୍ଷର ଛାତ୍ରଙ୍କୁ ଭୋଭିଟ୍ ଡ୍ୟୁଟିରେ ନିୟୋଜିତ କରିବାକୁ ନିଷ୍ପତି ନେଇ ପାରନ୍ତି । ଏଥିସହ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ମଧ୍ୟ ଘୁଂଚିପାର ।

ଏହା ବ୍ୟତୀତ ଏମବିବିଏସ ଶେଷ ବର୍ଷର ପରୀକ୍ଷା ମଧ୍ୟ ଶୀଘ୍ର କରାଯାଇପାରେ । ଯଦ୍ୱାରା ଅଧିକରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କୋଭିଡ୍ ଡ୍ୟୁଟିରେ ନିୟୋଜିତ ହୋଇ ପାରିବେ । ମାତ୍ର ବୈଠକରେ ହୋଇଥିବା ଆଲୋଚନା ଉପରେ ଚୂଡାନ୍ତ ନିଷ୍ପତି ଆସନ୍ତାକାଲି ନିଆଯାଇପାରେ ।

ଖବର ଅନୁଯାୟୀ, ଫାଇନାଲ ଇୟରର ଯେଉଁ ଛାତ୍ରଙ୍କୁ କୋଭିଡ୍ ଡ୍ୟୁଟିରେ ନିୟୋଜିତ କରାଯିବ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯିବ । କିନ୍ତୁ ଏ ପର୍ଯ୍ୟନ୍ତ ନିଷ୍ପତି ଉପରେ ଚୂଡାନ୍ତ ମୋହର ବାକି ରହିଛି ।

ସୂଚନାଯୋଗ୍ୟ, ଦେଶରେ ସଂପ୍ରତି କରୋନା ଭାଇରସ୍ ସାଂଘାତିକ ସ୍ଥିିତିରେ ରହିଛି । ଦ୍ୱିତୀୟ ଲହରରେ ଦେଶରେ ସଙ୍କଟଜନକ ସ୍ଥିତି ଉପୁଜିଛି । ଶନିବାର ଦେଶରେ ଚାରି ଲକ୍ଷରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ସିଜେନ୍ ଅଭାବ ଓ ଔଷଧ ପ୍ରସଙ୍ଗରେ ବୈଠକରେ ଆଲୋଚନା କରିଛନ୍ତି ।

   Related Posts