ନିଟ୍‌-ପିଜି ପରୀକ୍ଷା ୪ ମାସ ପାଇଁ ସ୍ଥଗିତ, ୧୦୦ ଦିନ କୋଭିଡ୍ ଡ୍ୟୁଟି କରିଥିବା ସ୍ଵାସ୍ଥ୍ୟକର୍ମୀଙ୍କୁ ସରକାରୀ ଚାକିରିରେ ମିଳିବ ଅଗ୍ରାଧିକାର

Published By : Prameya-News7 Bureau | May 03, 2021 IST

ନୂଆଦିଲ୍ଲୀ ୦୩।୦୫:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ମହାମାରୀ ସଙ୍କଟର ମୁକାବିଲା ପାଇଁ ମେଡିକାଲ ଷ୍ଟାଫଙ୍କ ସଂଖ୍ୟା ବଢାଇବା ଲାଗି ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅଣୁଯାୟୀ, ନିଟ୍-ପିଜି ପରୀକ୍ଷା ୪ ମାସ ପାଇଁ ସ୍ଥଗିତ କରାଯାଇଛି। ଏଥିସହ କୋଭିଡ୍ ଚିକିତ୍ସାରେ ୧୦୦ ଦିନ ଡ୍ୟୁଟି ପୂରଣ କରିଥିବା ସ୍ଵାସ୍ଥ୍ୟକର୍ମୀଙ୍କୁ ରାଷ୍ଟ୍ରୀୟ ସେବା ସମ୍ମାନରେ ସମ୍ମାନିତ କରାଯିବା ସହ ସରକାରୀ ଚାକିରିରେ ଅଗ୍ରାଧିକାର ଦିଆଯିବ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତ୍ତି ଅନୁଯାୟୀ, ଏମବିବିଏସ୍ ଶେଷ ବର୍ଷର ଛାତ୍ର-ଛାତ୍ରୀଙ୍କୁ  ହାଲୁକା କରୋନା ଲକ୍ଷଣରେ ପୀଡିତ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ କରାଯିବ। ବିଏସସି ନର୍ସିଂ/ଜିଏନଏମ ଛାତ୍ର-ଛାତ୍ରୀଙ୍କୁ ସିନିୟର ଡାକ୍ତରଙ୍କୁ ସାହାଯ୍ୟ କରିବା ପାଇଁ ଫୁଲ୍‌ ଟାଇମ୍‌ ଡ୍ୟୁଟିରେ ଲଗାଯିବ।

wp:html /wp:html

ଏଥିସହ ଯେଉଁ ସ୍ଵାସ୍ଥ୍ୟ କର୍ମଚାରୀ କୋଭିଡ୍-୧୯ ଡ୍ୟୁଟିରେ ୧୦୦ ଦିନ ପୂରଣ କରିଛନ୍ତି, ସେମାନଙ୍କୁ ସରକାରୀ ଚାକିରି ନିଯୁକ୍ତିରେ ପ୍ରାଥମିକତା ଦିଆଯିବ। ଏଥିସହ ମେଡିକାଲ ଇଣ୍ଟର୍ଣ୍ଣ କରୁଥିବା ଡାକ୍ତରଙ୍କୁ ମଧ୍ୟ କୋଭିଡ୍ ମ୍ୟାନେଜମେଣ୍ଟରେ ବରିଷ୍ଠ ଡାକ୍ତରଙ୍କ ସହାୟତାରେ ନିୟୋଜିତ କରାଯିବ। ୧୦୦ ଦିନ କରୋନା ଡ୍ୟୁଟି ପୂରଣ କରିଥିବା କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ କୋଭିଡ୍ ରାଷ୍ଟ୍ରୀୟ ସେବା ସମ୍ମାନରେ ସମ୍ମାନିତ କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.