ଆଜି NEET ପରୀକ୍ଷା : ଓଡ଼ିଶାର ୮୩ଟି କେନ୍ଦ୍ରରେ ପରୀକ୍ଷା, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | September 13, 2020 IST

ଭୁବନେଶ୍ୱର ୧୩।୦୯: ଆଜି ସାରା ଦେଶରେ ହେବ NEET । ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ହେବ ପରୀକ୍ଷା । କୋଭିଡ୍ ଗାଇଡଲାଇନ୍ ସହ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ଓଡ଼ିଶାର ୭ଟି ସହରର ୮୩ଟି ପରୀକ୍ଷା କେନ୍ଦ୍ରରେ ୩୬ ହଜାର ୪୫୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷାର୍ଥୀ ଏବଂ  ଅଭିଭାବକଙ୍କ ପାଇଁ ଯାତାୟତ,ରହିବା, ଖାଇବାର ମଧ୍ୟ ବ୍ୟବସ୍ଥା କରିଛନ୍ତି । ସାମାଜିକ ଦୂରତା ରକ୍ଷା କରି ପ୍ରତି ରୁମରେ ୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

NTA ପକ୍ଷରୁ ସମସ୍ତଙ୍କୁ ଦିଆଯିବ ମାସ୍କ । ତେବେ ଆଜି NEET ଦେଇପାରିବେନି କରୋନା ପଜିଟିଭ୍ ଛାତ୍ରଛାତ୍ରୀ । କରୋନା ପଜିଟିଭ୍ ଥିବା ଛାତ୍ରଛାତ୍ରୀ ଅନ୍ୟ ଦିନରେ ପରୀକ୍ଷା ଦେବେ । ଆଜି ପରୀକ୍ଷା ସରିବା ପରେ ସେମାନଙ୍କ ପାଇଁ ଦିନ ଧାର୍ଯ୍ୟ କରାଯିବ । ନୂଆ SOP ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

ଓଡ଼ିଶାରେ ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା ଓ ସମ୍ବଲପୁର ସହରରେ ପରୀକ୍ଷା ହେବ । ପରୀକ୍ଷା ସରିବା ପରେ ପ୍ରୋଭିଜନାଲ୍‌ ଆନସର୍‌ କି’ ଚଳିତ ମାସ ଶେଷ ସପ୍ତାହରେ ବାହାରିବାର ସମ୍ଭାବନା ରହିଛି । ସେହିପରି ଚୂଡ଼ାନ୍ତ ଆନସର୍‌ କି ଅକ୍ଟୋବର ପ୍ରଥମ ସପ୍ତାହରେ ଓ ପରୀକ୍ଷା ଫଳ ଦ୍ୱିତୀୟ ସପ୍ତାହରେ ବାହାରିବ ବୋଲି ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.