Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଶୁକ୍ରବାର ଜେଇଇ ଓ ନିଟ୍ ପ୍ରବେଶିକା ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି, ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

2/07/2020 at 6:59 PM

ନୂଆଦିଲ୍ଲୀ, ୦୨|୦୭: ଦେଶରେ ବାକିଥିବା ସିବିଏସଇ ଓ ଆଇସିଏସଇ ପରୀକ୍ଷାକୁ ରବ୍ଦ କରିଦିଆଯାଇଛି । ଏହା ମଧ୍ୟରେ କରୋନା ଭାଇରସକୁ ନଜରରେ ରକି ଜେଇଇ ଓ ନିଟ୍ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି ଉଠୁଛି । ଏହାକୁ ନଜରରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରୀ ଏହି ପ୍ରସଙ୍ଗରେ ଶୁକ୍ରବାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ସେ ଏକ ଭିଡିଓ ଜାରି କରି ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝୁଥିବା ଓ ଅତିଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଛନ୍ତି ।

ଜେଇଇ ମେନ୍ ପରୀକ୍ଷା ଆଇଆଇଟି ଓ ଏନଆଇଟି ଇଞ୍ଜିନିୟରିଂ କଲେଜରେ ପ୍ରବେଶ ପାଇଁ ଆୟୋଜିତ କରାଯାଏ । ଏହାକୁ ବର୍ଷକୁ ଦୁଇଥର ଜାନୁଆରୀ ଓ ଏପ୍ରେଲରେ ଆୟୋଜନ କରାଯାଏ । ଏପ୍ରିଲରେ ହେବାକୁ ଥିବା ପରୀକ୍ଷା ଜୁଲାଇ ଯାଏଁ ସ୍ଥଗିତ ରହିଛି । ଏବେ ଏହାକୁ ଜୁଲାଇ ୧୮ରୁ ୨୩ ଯାଏଁ ଆୟୋଜନ କରାଯିବ ।

ସେହିପରି ନିଟ୍ ୟୁଜି ୨୦୨୦ ପରୀକ୍ଷା ସାରା ଦେଶରେ ମେଡିକାଲ ଓ ଡେଣ୍ଟାଲ କଲେଜରେ ପ୍ରବେଶ ପାଇଁ କରାଯାଇଥାଏ । ଚଳିତ ବର୍ଷ ଏମସ୍ ଓ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ମଧ୍ୟ ଏକତ୍ର ଅନୁଷ୍ଠିତ ହେଉଛି । ଏହି ପରୀକ୍ଷା ଜୁଲାଇ ୨୬ରେ ଅନୁଷ୍ଠିତ ହେବ ।

ସିବିଏସଇ ଓ ଆଇସିଏସଇର ପରୀକ୍ଷା ରବ୍ଦ ହେବା ପରେ କରୋନା ଭାଇରସକୁ ନଜରରେ ରଖି ନିଟ୍ ଓ ଜେଇଇ ପରୀକ୍ଷା ମଧ୍ୟ ସ୍ଥଗିତ ରହିବ ବୋଲି ଛାତ୍ରଛାତ୍ରୀମାନେ ଆଶା କରିଥିଲେ । କିନ୍ତୁ ଏବେସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ହୋଇନାହିଁ । ଚଳିତବର୍ଷ ପ୍ରାୟ ୩୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ତେବେ ସ୍ୱାସ୍ଥ୍ୟକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତିତ ଅଛନ୍ତି ।

   Related Posts