NEET ଓ JEE ପରୀକ୍ଷା କରିବା ଜରୁରି : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୮:  ଚଳିତବର୍ଷ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକ ପରୀକ୍ଷା (ଏନଇଇଟି) ଓ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ନେଇ ଦେଶରେ ବିବାଦ ଦେଖା ଦେଇଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ବୁଧବାର ବୟାନ ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ବର୍ଷ ବଞ୍ଚାଇବା ଲାଗି ଏହି ପରୀକ୍ଷା ଜରୁରି ବୋଲି ମନ୍ତ୍ରାଳୟଙ୍କ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ କହିଛନ୍ତି। ଏଣୁ ଉଭୟ ପରୀକ୍ଷା ଲାଗି କୌଣସି ପୁନର୍ବିଚାର ହେବନି ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛନ୍ତି।

ସେପଟେ ସୁପ୍ରିମକୋର୍ଟ ମଧ୍ୟ ମାମଲାରେ ମତ ସ୍ପଷ୍ଟ କରିସାରିଛନ୍ତି। କୌଣସି ପରୀକ୍ଷା ବାତିଲ କରାଯିବନି ବେଲି କୋର୍ଟ କହିସାରିଛନ୍ତି। ଏଣୁ ସେପ୍ଟେମ୍ବର ମାସରୁ ଦେଶରେ ଅନଲକ୍-୪ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଇଞ୍ଜିନିୟରିଂ ଓ ମେଡିକାଲ ସେସନକୁ ଆଉ ଟାଳି ହେବନି ବୋଲି ଶିକ୍ଷାମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛନ୍ତି। ବିଶ୍ୱରେ ଘରୋଇ ବିଦେଶୀ ବିଶ୍ୱବିଦ୍ୟାଳୟମାନେ ଅନଲାଇନ୍ କ୍ଲାସ୍‌ କରିବା ଆରମ୍ଭ କରିସାରିଲଣି। ଏଥିରେ ସରକାରଙ୍କ ଉପରେ ଭରସା କରି ରହିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳି ହେବନି ବୋଲି ମନ୍ତ୍ରାଳୟ କହିଛନ୍ତି।

ପରୀକ୍ଷାରେ ଏସଓପି କଡାକଡି ଭାବେ ପାଳନ କରାଯିବ ବୋଲି ମନ୍ତ୍ରାଳୟ କହିଛନ୍ତି। ପରୀକ୍ଷା ଲାଗି ଆଉ ବିଳମ୍ବ ହେଲେ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ କ୍ୟାରିୟର ପ୍ରଭାବିତ ହେବ ବୋଲି ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ବି.ରାମ ଗୋପାଲ ରାଓ କହିଛନ୍ତି। ଏଥିରେ ଯଦି ପରୀକ୍ଷାରେ ଆଉ ବିଳମ୍ବ ହୁଏ ତେବେ ଦେଶରେ ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କ ଆକାଡେମିକ ଇୟର ନଷ୍ଟ ହେବା ନିଶ୍ଚିତ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.