Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପ୍ରକାଶ ପାଇଲା ନିଟ୍ ପରୀକ୍ଷା ଫଳ, ରାଜସ୍ଥାନର ନଳିନୀ ଖଣ୍ଡେଲୱାଲ ଟପ୍ପର

5/06/2019 at 3:31 PM

ନୂଆଦିଲ୍ଲୀ ୫।୬:  ପ୍ରକାଶ ପାଇଲା ଏନଇଇଟି-୨୦୧୯ ରେଜଲ୍ଟ। ରାଜସ୍ଥାନର ନଳିନୀ ଖଣ୍ଡେଲୱାଲ ନିଟ୍ ଟପ୍ପର ହୋଇଛନ୍ତି। ମୋଟ ୭୨୦ନମ୍ବରରୁ ନଳିନୀ ୭୦୧ ରଖି ଉତୀର୍ଣ୍ଣ ହୋଇଛନ୍ତି। ସେହିପରି ଦ୍ବିତୀୟ ଅଲଇଣ୍ଡିଆ ଟପ୍ପର ଦିଲ୍ଲୀର  ଭାବିକ ବଂସଲ ହୋଇଥିବା ବେଳେ ତୃତୀୟ ଟପ୍ପର ହୋଇଛନ୍ତି ୟୁପିର ଅକ୍ଷତ କୌଶିକ। ଦ୍ବିତୀୟ ଓ ତୃତୀୟ ଟପ୍ପରଙ୍କୁ ୭୨୦ ନମ୍ବରରୁ ମିଳିଛି ୭୦୦ ନମ୍ବର।

ନିଟ୍ ପରୀକ୍ଷା ଦେଇଥିବା ଛାତ୍ରୀଙ୍କ ମଧ୍ୟରେ ମାଧୁରୀ ରେଡ୍ଡୀ ଟପରେ ଅଛନ୍ତି। ମାଧୁରୀ ତେଲେଙ୍ଗାନା ରାଜ୍ୟର ହୋଇଥିବା ବେଳେ ଅଲ ଇଣ୍ଡିଆ ରାଙ୍କିଙ୍ଗରେ ସପ୍ତମ ସ୍ଥାନରେ ରହିଛନ୍ତି। ଟପ ଶହେ ସୂଚୀରେ ୨୦ ଜଣ  ଛାତ୍ରୀଥିବା ବେଳେ ପରୀକ୍ଷାର୍ଥୀ ଏନଟିଏ ଅଫିସିଆଲ ୱେବ୍ ସାଇଟ୍ ରୁ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଏଥିପାଇଁ ସେମାନଙ୍କୁ ସାଇଟ୍ ରେ ସେମାନଙ୍କର ଆପ୍ଲିକେସନ ନମ୍ବର ଓ ଜନ୍ମତାରିଖ ଭରିବାକୁ ପଡୁଛି।

ଏନଟିଏ ନିଟ୍ ପରୀକ୍ଷା ଗତ ମେ ୫ ଓ ୨୦ ତାରିଖରେ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ୧୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦେଶର ବିଭିନ୍ନ ମେଡିକାଲ କଲେଜରେ ନାମ ଲେଖାଇବାକୁ ସୁଯୋଗ ମିଳିବ। ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇସାରିଥିବାରୁ ଏବେ କାଉନସେଲିଂ ପାଇଁ ଖୁବ ଶୀଘ୍ର ସିଡ୍ୟୁଲ ଅପଲୋଡ କରିଦିଆଯିବ।  ଏଥିରେଚଳିତ ବର୍ଷ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କଟଅଫ ମାର୍କ ପ୍ରାୟ ୫୧୦ ପର୍ଯ୍ୟନ୍ତ ଯାଇପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଅନ୍ୟ ପଛୁଆବର୍ଗ ନିମନ୍ତେ ୪୯୦, ଏସସିଙ୍କ ନିମନ୍ତେ ୩୯୫ ଓ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଏହି ମାର୍କ ୩୫୦ ପର୍ଯ୍ୟନ୍ତ ଯାଇପାରେ ବୋଲି ଅନୁମାନ କରାଯାଉଛି।

   Related Posts