Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ନୀରବ ମୋଦିଙ୍କ ୧୦୦ କୋଟିର ବଙ୍ଗଳା ଧ୍ବଂସ : ଲଗାଯାଇଥିଲା ୧୦୦ଟି ବିସ୍ଫୋରକ

8/03/2019 at 1:27 PM

ଦିଲ୍ଲୀ ୮/୩ : ଫେରାର ଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଆଲିବାଗ ସ୍ଥିତ ୩୦ ହଜାର ଫୁଟ ଜାଗା ଉପରେ ନିର୍ମିତ ବଙ୍ଗଳା ଆଜି ଧ୍ବଂସ କରିଦିଆଯାଇଛି | ବଙ୍ଗଳାକୁ ଧ୍ବଂସ କରିବା ପାଇଁ ୧୦୦ଟି ବିସ୍ଫୋଟକ ଲଗାଯାଇଥିଲା | ଏହି ବଙ୍ଗଳା ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିଲା | ସମୁଦ୍ର କୁଳରେ ନିର୍ମିତ ପାଖାପାଖି ୧୦୦ କୋଟି ଟଙ୍କାର ବଙ୍ଗଳାକୁ ଧୂଳିସାତ କରିବା କାର୍ଯ୍ୟ ମଙ୍ଗଳବାର ଠାରୁ ଆରମ୍ଭ କରାଯାଇଥିଲା |

ବଙ୍ଗଳାରେ ଯେଉଁସବୁ ଜାଗାରେ କାଚ ଲାଗିଥିଲା ସେସବୁ ଜାଗାକୁ ଭାଙ୍ଗି ଦିଆଯାଇଛି | ବିସ୍ଫୋରଣ ବେଳେ ଯଦି କାଚ ଫାଟି ଏପଟେ ସେପଟେ ପଡେ ତାହେଲେ ଅସୁବିଧା ହେବ ବୋଲି ପ୍ରଥମେ କାଚ ଘରଗୁଡିକ ଭାଙ୍ଗି ଦିଆଯାଇଛି |


ନୀରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପାଖାପାଖି ୧୩,୭୦୦ କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ | ଠକେଇ ପର୍ଦାଫାଶ ହେବାପରେ ନୀରବ ମୋଦି ଦେଶ ଛାଡି ଚାଲିଯାଇଥିଲେ | ନୀରବ ମୋଦିଙ୍କ ଅନେକ ଜାଗାରେ ଚଢ଼ାଉ କରି ତାଙ୍କ ସମ୍ପତ୍ତି ଜବତ କରାଯାଇଥିଲା |


ନୀରବ ମୋଦିଙ୍କ ଏହି ବଙ୍ଗଳାରେ ଅନେକ ବେଡ଼ରୁମ ଏବଂ ହଲ ରହିଛି | ଫାଷ୍ଟ ଫ୍ଲୋରରେ ୧୦୦୦ ବର୍ଗ ଫୁଟର ଏକ ସ୍ଵିମିଙ୍ଗ ପୁଲ ରହିଛି | ବଙ୍ଗଳା ବାହାରେ ସେ ଏକ ବଗିଚା ମଧ୍ୟ କରିଥିଲେ | ଏହି ବଗିଚା ଅବୈଧ ବୋଲି ଜଣାପଡିଛି |

ସେହି ଅଂଚଳରେ ରାଜ୍ୟ ଏବଂ ତଟବର୍ତ୍ତୀ ଅଂଚଳର ନିୟମ ଉଲଂଘନ କରି ନିର୍ମାଣ କରାଯାଇଥିବା ଅନ୍ୟାନ୍ୟ ୫୮ ପ୍ରାଇଭେଟ ବିଲଡିଂ କୁ ମଧ୍ୟ ଭାଙ୍ଗିବା ପାଇଁ ନୋଟିସ ଜାରି କରାଯାଇଛି |

ଆଲିବାଗ ସମୁଦ୍ର ତଟରେ ଅବୈଧ ସମ୍ପତ୍ତି ବିରୋଧରେ ସରକାର କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେନେଇ ହାଇକୋର୍ଟ ରିପୋର୍ଟ ମାଗିଛନ୍ତି | ସମୁଦ୍ର ତଟ ଅଂଚଳରେ ନିର୍ମିତ ହୋଇଥିବା ଅବୈଧ ୫୮ ସମ୍ପତ୍ତି ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ହାଇକୋର୍ଟ |


ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ବଙ୍ଗଳାକୁ ଭାଙ୍ଗିବା କାମ ଜାନୁଆରୀ ୨୫ ତାରିଖରେ ଆରମ୍ଭ ହୋଇଥିଲା | ସେତେବେଳେ କିଛି କାନ୍ଥ ଭଙ୍ଗା ଯାଇଥିଲା | କିନ୍ତୁ ଜାନୁଆରୀ ୨୭ ତାରିଖରେ କାମ ଅଟକାଇ ଦିଆଯାଇଥିଲା |

କାରଣ ଘର ଭିତରେ ଥିବା ଦାମୀ ଜିନିଷ ପ୍ରଶାସନ ବାହାର କରିବା ପାଇଁ ଚାହୁଁଥିଲା | ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ ୧୪୭.୭୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା | ଏହି ଚଢ଼ାଉ ମୁମ୍ବାଇ ଏବଂ ସୁରଟରେ କରାଯାଇଥିଲା | ଚଢ଼ାଉ ବେଳେ ୮ଟି କାର, ଗୋଟିଏ ପ୍ଲାଣ୍ଟ ମେସିନେରୀ, ଗହଣା, କିଛି ପେଣ୍ଟିଙ୍ଗ ଏବଂ ଅଚଳ ସମ୍ପତ୍ତି ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ |


ନୀରବ ମୋଦିଙ୍କ ବଙ୍ଗଳାକୁ ଭାଙ୍ଗିବା ନିର୍ଦେଶ ଡିସେମ୍ବର ୨୭ ତାରିଖରେ ମହାରାଷ୍ଟ୍ର ସରକାର ଜାରି କରିଥିଲେ | ନୀରବ ମୋଦିଙ୍କୁ ୩୭୬ ବର୍ଗ ଫୁଟ ପ୍ଲଟରେ ବଙ୍ଗଳା ନିର୍ମାଣ ପାଇଁ ଅନୁମତି ମିଳିଥିଲା | କିନ୍ତୁ ସେ ୧୦୭୧ ବର୍ଗ ଫୁଟ ଜାଗା ମାଡି ବସି ବଙ୍ଗଳା ନିର୍ମାଣ କରିଥିଲେ |


ନୀରବ ମୋଦି ୧୩,୭୦୦ କୋଟି ଟଙ୍କାର ଠକେଇ ମାମଲାର ଅଭିଯୁକ୍ତ | ପ୍ରବର୍ତ୍ତନ ନିର୍ଦେଶାଳୟ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଛି | ନୀରବ ମୋଦି ବ୍ରିଟେନରେ ଥିବା ଜଣାପଡିଛି | ସ୍ୱତନ୍ତ୍ର କୋର୍ଟକୁ ନିରବ ଜବାବ ଦେଇଥିଲେ ଯେ, ସୁରକ୍ଷା ବ୍ୟବସ୍ଥାକୁ ନେଇ ସେ ଭାରତକୁ ଆସିପାରିବେ ନାହିଁ |

   Related Posts