ପଦ୍ମ ସମ୍ମାନରେ ଆଥଲେଟ୍‌ଙ୍କ ଦବଦବା, ନୀରଜ ଚୋପ୍ରା ସମେତ ୯ ଜଣଙ୍କୁ ପଦ୍ମ ପୁରସ୍କାର

Published By : Prameya-News7 Bureau | January 25, 2022 IST

ନୂଆଦିଲ୍ଲୀ ୨୫।୦୧ : ଭାରତ ସରକାର ମଙ୍ଗଳବାର ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏଥର ୧୨୮ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରା ସମେତ କ୍ରୀଡାର ୯ ଖେଳାଳିଙ୍କୁ ମିଳିବ ପଦ୍ମ ପୁରସ୍କାର। ଏଥର ଚାରି ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି।

ଗତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଥିବା ତାରକା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରାଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ଏହା ପୂର୍ବରୁ ଆଜି ଭାରତ ସରକାର ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନ ଘୋଷଣା କରିଥିଲେ। ପାରା ଅଲିମ୍ପିକ୍ସରେ ଜାଭେଲିନରେ ସ୍ଵର୍ଣ୍ଣ ପଦକ ଜିତିଥିବା ଦେବେନ୍ଦ୍ର ଝଝାରିଆଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣ ଜିତିଥିବା ଓଡିଶାର ପ୍ରମୋଦ ଭଗତଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ।

ପଦ୍ମ ଭୂଷଣ

ଦେବେନ୍ଦ୍ର ଝଝାରିଆ, ପାରା ଅଲିମ୍ପିକ୍ସ ଜାଭେଲିନ, ରାଜସ୍ଥାନ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଖେଳାଳି

- ସୁମିତ ଅନ୍ତିଲ, ପାରା ଅଲିମ୍ପିକ୍ସ ଜାଭେଲିନ ଫିଙ୍ଗାଳି, ହରିୟାଣା

- ପ୍ରମୋଦ ଭଗତ, ବ୍ୟାଡମିଣ୍ଟନ, ଓଡିଶା

- ନୀରଜ ଚୋପ୍ରା, ଜାଭେଲିନ ଫିଙ୍ଗାଳି, ହରିୟାଣା

- ଶଙ୍କର ନାରାୟଣ ମେନନ, ମାର୍ଶଲ ଆର୍ଟ୍ସ, କେରଳ

- ଫୈସଲ ଅଲୀ ଡାର, କୁଙ୍ଗ ଫୁ, ଜାମ୍ମୁ-କାଶ୍ମୀର

- ବନ୍ଦନା କାଟାରିଆ, ହକି, ଉତ୍ତରାଖଣ୍ଡ
- ଅଭନୀ ଲେଖରା, ପାରା ଅଲିମ୍ପିକ୍ସ ସୁଟର, ରାଜସ୍ଥାନ

- ବ୍ରହ୍ମାନନ୍ଦ ସଙ୍ଖଓ୍ଵାଲକର, ଫୁଟବଲ, ଗୋଆ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.