Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଶକ୍ତି ମୋହନଙ୍କୁ ପ୍ରପୋଜ୍ କଲେ ଗୋଲ୍ଡେନ୍ ବୟ ନୀରଜ୍ ଚୋପ୍ରା : ଭାଇରାଲ ହେଉଛି ଭିଡିଓ..

29/09/2021 at 11:00 AM

ମୁମ୍ବାଇ ୨୯/୦୯ : କରୋଓଗ୍ରାଫର କମ୍‌ ବି-ଟାଉନର ପ୍ରସିଦ୍ଧ ଡ୍ୟାନ୍ସର ଶକ୍ତି ମୋହନ । ବର୍ତ୍ତମାନ ଏବେ ସେ ଡ୍ୟାନ୍ସ ପ୍ଲସ୍-୬ରେ ନଜର ଆସିଛନ୍ତି। ଶକ୍ତି ତାଙ୍କ ଡ୍ୟାନ୍ସ  ଓ ରାଘବଙ୍କ ସହ କେମେଷ୍ଟ୍ରୀଙ୍କୁ ନେଇ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ଏବେ ସେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଯାହାକୁ ନେଇ ସବୁ ଆଡେ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଟୋକିଓ ଅଲମ୍ପିକ୍‌ରେ ବଜୟ ହାସଲ କରିତିବା ଗୋଲ୍ଡେନ ବୟ ନୀରଜ ଚୋପ୍ରା ଶକ୍ତି ମୋହନଙ୍କ ପ୍ରପୋଜ୍‌ କରିଚନ୍ତି । ତାହା ପୁଣି ସର୍ବ ସମ୍ମୁଖରେ ନିଜ ମନର କଥା କହିଦେଲେ ଗୋଲ୍ଡେନ ବୟ।  ଆଉ ନିଜ ଷ୍ଟାଇଲ୍‌ରେ ଅନ୍ଦାଜରେ କହିଛନ୍ତି । ନୀରଜ ଚୋପ୍ରାଙ୍କ ଏହି ପ୍ରପୋଜ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ଜିତି ଦେଶ ପାଇଁ ଗୌରବ ଆଣିବା ପରେ ବେଶ ଚର୍ଚ୍ଚାରେ ରହୁଛନ୍ତି ନୀରଜ। ସେ ଏବେ ସୋଶାଲ ମିଡିଆର ପାଲଟିଛନ୍ତି ହଟ୍‌ ଟପିକ୍‌। କେତେବେଳେ ବିଜ୍ଞାପନ ତ ଆଉ କେତେବେଳେ ମାଗାଜିନ। ସେହିପରି ଆଉ କେବେ ଟିଭି ଶୋ’ରେ ସେ ମଚାଉଛନ୍ତି ଧମାଲ।ତାଙ୍କ ଫ୍ୟାନ୍ସ ଫଲୋର୍ସଙ୍କ ଲମ୍ବା ଲାଇନ୍ ଲାଗିଛି । ହେଲେ ତାହାରି ଭିତରେ ଝିଅମାନଙ୍କ ଲାଇନ୍‌ ଟିକେ ଅଧିକ ରହିଛି ।

Nabharattimes

ହେଲେ ବର୍ତ୍ତମାନ କୌନ୍‌ ବନେଗା କରୋଡ ପତି (KBC-13) ପରେ ଏବେ ଡ୍ୟାନ୍ସ ରିଆଲଟି ଶୋ’ ଡ୍ୟାନ୍ସ ପ୍ଲାସ୍‌-୬ର ଷ୍ଟେଜ୍‌ରେ ନୀରଜଙ୍କୁ ଦେଖିବାକୁ ମିଳିଛି । ସେଠାରେ ମଧ୍ୟ ସେ ନିଜ ଅନ୍ଦାଜରେ ଡ୍ୟାନ୍ସ କରିବା ସହ ଜବରଦସ୍ତ ମସ୍ତି ମୁଡ୍‌ରେ ଧମାଲ କରିଛନ୍ତି। ରିଆଲିଟି ଶୋ’ରେ ସେ ଡ୍ୟାନ୍ସର ରାଘବଙ୍କ ସହ ବେଶ୍ ମଜାଳିଆ ଢଙ୍ଗରେ ନାଚୁଥିବାର ଦେଖିବାକୁ ମିଲିଛି। ଷ୍ଟେଜ୍‌ରେ ନୀରଜ ରାଘବଙ୍କୁ ଗୋଲ୍ଡ ମେଡାଲ ଜିତିବାର ଡ୍ୟାନ୍ସ ଠାରୁ ଆରମ୍ଭ କରି ପାର୍ଟି ଡ୍ୟାନ୍ସ, ବ୍ରୋମାନ୍ସ ଡ୍ୟାନ୍ସ ଭଳି ଷ୍ଟେପ ଶିଖାଉଛନ୍ତି। କେବଳ ସେତିକି ନୁହେଁ ଡ୍ୟାନ୍ସର ଶକ୍ତି ମୋହନ୍‌ଙ୍କୁ ମଧ୍ୟ ସେ ପ୍ରପୋଜ କରୁଛନ୍ତି ।

ଶକ୍ତି ମୋହନଙ୍କ ଅନୁରୋଧ ପରେ ମଞ୍ଚ ଉପରେ ସମସ୍ତ ଆଗରେ ତାଙ୍କୁ ନୀରଜ ପ୍ରପୋଜ କରିଛନ୍ତି। ନିଜ ଢ଼ଙ୍ଗରେ ସେ କହିଛନ୍ତି, ‘ମୋ ଜୀବନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଜାଭେଲିନ୍‌, ମୁଁ ତୁମକୁ ଅଧିକ ସମୟ ଦେଇପାରିବି ନାହିଁ। ମୋତେ ଆଉ କିଛି ଆସେ ନାହିଁ। ଖାଦ୍ୟ ରୋଷେଇ କରିବା ମଧ୍ୟ ଆସେନି।’ ନୀରଜଙ୍କ ଏହି ପ୍ରପୋଜ କରିବାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ସକ୍ରିୟ ଭାବରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି।

   Related Posts