ଧମାଲ ମଚଉଛି ଗୋଲଡେନ ବୟଙ୍କ ଷ୍ଟେପ୍, ବରଯାତ୍ରୀ ଠାରୁ ପାର୍ଟି ନାଚ ଯାଏଁ ସବୁଥିରେ ପାରଙ୍ଗମ ନୀରଜ

Published By : Prameya-News7 Bureau | September 27, 2021 IST

ଟୋକିଓ ଅଲିମ୍ପିକରେ ସୁନା ଜିତି ଗୌରବ ଆଣିବା ପରେ ଏବେ ବେଶ ଚର୍ଚ୍ଚାରେ ରହୁଛନ୍ତି । କେବେ ସେ ବିଜ୍ଞାପନ, ମାଗାଜିନ, ଟିଭି ସୋ ତ ଆଉେ କେବେ ସୋସିଆଲ ମିଡିଆରେ ସେ ହଟଟପିକରେ ରହୁଛନ୍ତି । କିଛିଦିନ ତଳେ ସେ ଇଣ୍ଡିଆ ଟୁଡେ ମ୍ୟାଗଜିନ ଫଟୋସୁଟରେ ନଜର ଆସିଥିଲେ ।

wp:html
/wp:html

ଏବେ ସେ ରିଆଲିଟି ସୋରେ ମଧ୍ୟ ନଜର ଆସିଛନ୍ତି । ଆଉ ସେଠାକୁ ଯାଇ ଡ୍ୟାନ୍ସ କରୁଥିବା ଭିଡିଓ ବି ବେଶ ଭାଇରାଲ ହେଉଛି । ରିଆଲିଟି ସୋରେ ସେ ଡ୍ୟାନ୍ସର ରାଘବଙ୍କ ସହ ବେଶ୍ ମଜ୍ଜାଳିଆ ଢଙ୍ଗରେ ନାଚୁଛନ୍ତି । ମଞ୍ଚରେ ନୀରଜ ରାଘବଙ୍କୁ ଗୋଲ୍ଡ ମେଡାଲ ଜିତିବାର ଡ୍ୟାନ୍ସ ଠାରୁ ଆରମ୍ଭ କରି ପାର୍ଟି ଡ୍ୟାନ୍ସ, ବ୍ରୋମାନ୍ସ ଡ୍ୟାନ୍ସ ଭଳି ଷ୍ଟେପ ଶିଖାଉଛନ୍ତି ।

wp:html
/wp:html

ସେହିଭଳି ସୋର ଜଜ୍ ରେମୋ ଡିସୁଜା ମଧ୍ୟ ନିଜର ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ନୀରଜ ଏବଂ ରେମୋ ଏକାଠି ଓ୍ୱାକ୍ କରୁଛନ୍ତି । ଏହି ଭିଡିଓ ସେୟାର ହେବା ପରେ ନୀରଜଙ୍କ ଫ୍ୟାନ ଫଲୋଅର ବଢିବାରେ ଲାଗିଲେଣି । ଦେଶର ସମ୍ମାନ ବଢାଉଥିବା ନୀରଜ ଚୋପ୍ରାଙ୍କୁ ଇଣ୍ଡିଆ ଟୁଡେ ମସଲା ପତ୍ରିକାର କଭର ପେଜରେ ମଧ୍ୟ ଏକ ପ୍ରମୁଖ ସ୍ଥାନ ଦିଆଯାଇଛି । ନୀରଜ ଚୋପ୍ରା ନିଜେ ଏହି ସୂଚନାକୁ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.