ଫ୍ୟାନ୍ସଙ୍କୁ ଅଭିନେତ୍ରୀ ନୀନା କହିଲେ, 'ବିବାହିତଙ୍କୁ କରନ୍ତୁନାହିଁ ପ୍ରେମ, ମୁଁ କରିଥିଲି ବୋଲି ଭୋଗିଛି'

Published By : Prameya-News7 Bureau | March 03, 2020 IST

ମୁମ୍ବାଇ ୩।୩:  ସୋସିଆଲ ମିଡିଆରେ ନୀନା ଗୁପ୍ତା ବେଶ୍ ସକ୍ରିୟ ଅଛନ୍ତି । ସେ ସୋସିଆଲ ମିଡିଆରେ ତାଙ୍କ କାମ ଏବଂ ଜୀବନ ସହିତ ଜଡିତ ସମସ୍ତ ସୂଚନା ଫ୍ୟାନ୍ସଙ୍କୁ ପ୍ରଦାନ କରିଥାନ୍ତି | ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନୀନା ମଧ୍ୟ ତାଙ୍କ ମତ ଦେଇଥାନ୍ତି । ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ନିଜର ପୁରୁଣା ଦୁଃଖ ବିଷୟରେ କହିଛନ୍ତି । ବିବାହିତ ବ୍ୟକ୍ତିଙ୍କୁ ଭଲ ନପାଇବାକୁ ସେ ପରାମର୍ଶ ଦେଇଛନ୍ତି ।

{"id":232115,"sizeSlug":"large"}

ନୀନା ତାଙ୍କ ଭିଡିଓରେ କହିଛନ୍ତି ଯେ, ‘ସତ କହିବାକୁ ଗଲେ ମୁଁ ଆପଣଙ୍କୁ ଏଭଳି ଡାଇଲଗ୍ କହିବାକୁ ଚାହୁଁଛି ଯାହା ଆପଣ ପୂର୍ବରୁ ଶୁଣିଥିବେ | ସେ ମୋତେ କହିଥିଲେ ଯେ ସେ ତାଙ୍କ ପତ୍ନୀଙ୍କୁ ଭଲ ପାଆନ୍ତିନାହିଁ ଏବଂ ସେ ଦୀର୍ଘ ଦିନ ଧରି ତାଙ୍କ ସହ ରହୁନାହାଁନ୍ତି। ତୁମେ ତାଙ୍କ ପ୍ରେମରେ ପଡିଯାଅ ଏବଂ କୁହ ଯେ, ତେବେ ତୁମେ କାହିଁକି ତାଙ୍କଠାରୁ ଅଲଗା ହୋଇଯାଉନ | ତେବେ  ସେ  କୁହନ୍ତି, ହଁ ଏହା ମୁଁ କରିବି, କିନ୍ତୁ ଠିକ୍ ସମୟରେ | ତାପରେ ତୁମେ ତାଙ୍କୁ କହିବ ଯେ, ଚାଲ ଆମେ କୌଣସି ସ୍ଥାନକୁ ବୁଲିବାକୁ ଯିବା, ସେ ବାହାନା କରିବେ ଏବଂ ତାପରେ ସେ ମିଛ କହି ଚାଲିଯିବେ | ତାପରେ ତୁମେ କହିବ ଯେ ତୁମକୁ ରାତି ବିତାଇବାକୁ ପଡିବ | ତାପରେ ସେ ରାତି ମଧ୍ୟ ବିତାଇବେ । ତୁମେ ହୋଟେଲ ଯିବେ ଆଉ ରାତି ମଧ୍ୟ ବିତାଇବେ ।’

{"id":232116,"width":580,"height":372,"sizeSlug":"large"}

ନୀନା ଆହୁରି ମଧ୍ୟ କହିଛନ୍ତି ଯେ, ‘ତୁମେ ତାଙ୍କ ସହିତ ଅଧିକ ରାତି ବିତାଇବାକୁ ଚାହୁଁଛ ଏବଂ ତାପରେ ତୁମେ ତାଙ୍କୁ ବିବାହ କରିବାକୁ ଚାହୁଁଛ । ତାପରେ ତୁମର ତାଙ୍କ ଉପରେ ଚାପ ପ୍ରୟୋଗ କରିବ ସ୍ତ୍ରୀଙ୍କୁ ଛାଡପତ୍ର ଦେବାପାଇଁ | ତାପରେ ତୁମେ ରାଗିବା ଆରମ୍ଭ କର | ବେଳେବେଳେ ଇଛା ହୁଏ ଯେ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରି ତାଙ୍କ ସ୍ତ୍ରୀ ବିଷୟରେ କହିବା ପାଇଁ | ତାପରେ ସେ କୁହନ୍ତି ମୋତେ ଛାଡିଦିଅ, ମୋତେ ଏଥିରେ ପସିବାର ନାହିଁ | ସତ କହିବାକୁ ଗଲେ, କୌଣସି ବିବାହିତ ପୁରୁଷକୁ କେବେବି ଭଲ ପାଅ ନାହିଁ | ମୁଁ ଏହା କରିଛି, ମୁଁ ବହୁତ କଷ୍ଟ ପାଇଛି, ତେଣୁ ମୁଁ ତୁମ ସମସ୍ତଙ୍କୁ କହୁଛି ଦୟାକରି ଏହା କର ନାହିଁ।’

{"id":232117,"sizeSlug":"large"}

ନୀନା ତାଙ୍କ ଜୀବନ ସହ ଜଡିତ କଥା କହିଛନ୍ତି । ସେ ନିଜେ ଏହି ଭୁଲ୍ କରିଥିଲେ, ଫଳରେ ତାଙ୍କୁ ବହୁତ କିଛି ସହିବାକୁ ପଡିଲା | କିନ୍ତୁ ସେ ଚାହୁଁ ନାହାଁନ୍ତି ଯେ ଅନ୍ୟ କେହି ଏହି ଭୁଲ କରନ୍ତୁ। ତେଣୁ ସେ ଲୋକମାନଙ୍କୁ କହିଛନ୍ତି ଯେ, ଜଣେ ବିବାହିତ ବ୍ୟକ୍ତିଙ୍କୁ କେବେ ହେଲେ ପ୍ରେମ କରିବା ଉଚିତ୍ ନୁହେଁ।

wp:html
View this post on Instagram

#sachkahoontoe

A post shared by Neena ‘Zyada’ Gupta (@neena_gupta) on

/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.