ନିମ୍ବ ଗଛରୁ କ୍ଷୀର ଝରୁଛି, ଅଢେଇ ମାସ ହେଲା ବନ୍ଦ ହେଉନି

Published By : Prameya-News7 Bureau | January 24, 2020 IST

ଭୁବନ ୨୪।୧: ନିମ୍ବ ଗଛରୁ ଅନବରତ ଝରୁଛି କ୍ଷୀର । କଥାଟା ଅବିଶ୍ବାସ ହେଲେ ବି ସତ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡିଶ ଗ୍ରାମର କିଶୋର ଚନ୍ଦ୍ର ଷଣ୍ଢଙ୍କ ବାଡିରେ ଥିବା ଏକ ପୁରାତନ ନିମ୍ବ ଗଛରୁ ଅଢେଇ ମାସ ହେଲା ଧଳା ରଙ୍ଗର ପାଣି ଝରୁଛି । ଲୋକେ ଏହାକୁ କ୍ଷୀର କହୁଥିବା ବେଳେ ଏହାକୁ ଦେଖିବା ଲାଗି ଏଠାରେ ପ୍ରତିଦିନ ଲୋକଙ୍କ ଭିଡ ଜମୁଛି ।

{"id":215341,"sizeSlug":"large"}

ନିମ୍ବ ଗଛରୁ ଝରୁଛି କ୍ଷୀର, ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଓଡିଶ ଗ୍ରାମରେ । ସ୍ଥାନୀୟ ଲୋକମାନେ ଏଭଳି ଘଟଣାକୁ ଠାକୁରଙ୍କ ମହିମା କହୁଛନ୍ତି । କ୍ଷୀର ବାହାରିବା ପରଠାରୁ ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଲୋକେ ଧୂପ, ଦୀପ, ଫୁଲ ଦେଇ ଗଛକୁ ପୂଜାର୍ଚ୍ଚନା କରିବା ସହିତ ସେଥିରୁ ବାହାରୁଥିବା କ୍ଷୀରକୁ ପାଦୁକା ରୂପେ ପାଉଛନ୍ତି ।

{"id":215342,"sizeSlug":"large"}

ଏହି ଘଟଣା ପରେ ପ୍ରଘଟ ହେଲା ପରେ କେବଳ ଗ୍ରାମବାସୀ ନୁହେଁ ପ୍ରତିଦିନ ଆଖପାଖ ଅଞ୍ଚଳରୁ ଲୋକମାନଙ୍କର ସୁଅ ଛୁଟୁଛି । ଏହାକୁ ସମସ୍ତେ ଆଲୌକିକ କହୁଥିବା ବେଳେ ସ୍ଥାନୀୟ ବାଜିରାଉତ ସ୍ମୃତି ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ସ୍ମରଣୀକା ମାଣିଆ କହିଛନ୍ତି ଯେ, ସିକ୍ରେନ ଗ୍ରାଣ୍ଟ ଇନଫେକସନ ଯୋଗୁଁ ଏଭଳି ଘଟେ ।

{"id":215343,"sizeSlug":"large"}

ନିମ୍ବ ଗଛରୁ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମିତ ହେଉଥିବାରୁ ଏହାକୁ ନେଇ ଲୋକମାନଙ୍କର ମନରେ ବିଶ୍ବାସ ବଢୁଛି ଓ ଆଧ୍ୟାତ୍ମିକ ଭାବ ସୃଷ୍ଟି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.