ଅଭିନେତ୍ରୀ ନୀଲମ କୋଠାରୀଙ୍କ ବାପାଙ୍କ ଦେହାନ୍ତ, ସେୟାର କଲେ ଇମୋସନାଲ୍ ପୋଷ୍ଟ

Published By : Prameya-News7 Bureau | November 15, 2021 IST

ନୂଆଦିଲ୍ଲୀ ୧୫/୧୧: ଅଭିନେତ୍ରୀ ନୀଲମ କୋଠାରୀଙ୍କ ବାପା ଶିଶିର କୋଥାରୀଙ୍କ ଦେହାନ୍ତ ହୋଇଛି। ସୋସିଆଲ ମିଡିଆରେ ଏହି ଦୁଃଖଦ ଖବର ବିଷୟରେ ନୀଲମ ସୂଚନା ଦେଇଛନ୍ତି। ଅଭିନେତ୍ରୀ ତାଙ୍କ ବାପାଙ୍କ ଫଟୋ ସେୟାର କରି ଏକ ଇମୋସନାଲ୍ ନୋଟ୍ ଲେଖିଛନ୍ତି।

wp:html
/wp:html

ନୀଲମ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବାପା ଶିଶିର କୋଠାରୀଙ୍କ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସହିତ ସେ ଲେଖିଛନ୍ତି, 'ମୋର ପ୍ରିୟ ପିତା। ଆପଣ ମୋର ମାର୍ଗଦର୍ଶକ, ମୋର ଶକ୍ତି, ମୋର ସାହାରା ଏବଂ ମୋର ବନ୍ଧୁ ଥିଲେ। ଆପଣଙ୍କୁ ବହୁତ ମିସ୍ କରିବି। ମୁଁ ଆପଣଙ୍କୁ ବହୁତ ଭଲ ପାଏ। ଆପଣଙ୍କ ଆତ୍ମାକୁ ଶାନ୍ତି ​​ମିଳୁ।'

ନୀଲମଙ୍କ ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରଶଂସକ ସୋସିଆଲ ମିଡିଆରେ ତାଙ୍କ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏଥି ସହିତ ବଲିଉଡର ବିଭିନ୍ନ କଳାକାର ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.