Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସବୁଠି ଚାଲିଛି ଜଗତଜନନୀ ମା’ ଦୁର୍ଗାଙ୍କ ଆବାହନ, କିନ୍ତୁ ଏଠି ପୂଜା ପାଉଛନ୍ତି ମା’ ନୀଳ ସରସ୍ଵତୀ

13/10/2021 at 1:34 PM

ଭଦ୍ରକ ୧୩।୧୦: ପାର୍ବଣ ପାଇଁ ସବୁଠି ଉତ୍ସବର ମାହୋଲ । ସବୁଠି ଚାଲିଛି ଜଗତଜନନୀ ମା’ ଦୁର୍ଗାଙ୍କ ଆବାହନ । ପୀଠରୁ ମଣ୍ଡପ ସବୁଠି ଚାଲିଛି ପୂଜାର୍ଚ୍ଚନା । କିନ୍ତୁ ଏଠି ଟିକେ ନିଆରା ପରମ୍ପରା । ଏଠି ମା’ ଦୁର୍ଗାଙ୍କ ଆବାହନ ହେଉନାହିଁ, ଏଠି ପୂଜା ପାଉଛନ୍ତି ମା’ ନୀଳ ସରସ୍ବତୀ । ଆଦିଶକ୍ତି ଭାବେ ମା’ଙ୍କୁ ଆବାହନ କରାଯାଉଛି । କରୋନା ପାଇଁ ଏଥର ମଧ୍ୟ ନିରାଡମ୍ବର ଭାବେ ପୂଜା ଆୟୋଜିତ ହେଉଛି । ତେବେ ଆସନ୍ତୁ ଜାଣିବା କ’ଣ ଏହି ନିଆରା ପରମ୍ପରା ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଗୋବିନ୍ଦପୁର ପଞ୍ଚାୟତରେ ପୂଜା ପାଉଛନ୍ତି ମା’ ନୀଳ ସରସ୍ବତୀ । ମା’ଙ୍କ ବର୍ଣ୍ଣ ନୀଳ ରଙ୍ଗ । ହାତରେ ଲେଖନୀ ଓ ଖଡି ଗୋଟଳା ଧରିଛନ୍ତି । ପାର୍ଶ୍ବରେ ଅଛନ୍ତି ଗଣେଶ ଓ କାର୍ତ୍ତିକ । ହଂସ ଉପରେ ଉପବେଶନ କରିଛନ୍ତି ମା’ । ତେବେ ଏହି ଗାଁରେ ମାଟି ବଂଶର ଲୋକେ ବସବାସ କରନ୍ତି । ଆଉ ଆରାଧ୍ୟ ଦେବୀ ମା’ ସରସ୍ବତୀ । ତେବେ ମା’ ନୀଳ ସରସ୍ବତୀ ହେଉଛନ୍ତି ଦେବୀ ଦୁର୍ଗାଙ୍କର ଆଦି ରୂପ । ସୃଷ୍ଟିର ରକ୍ଷା ପାଇଁ ଏହି ରୂପ ଧାରଣ କରିଥିବା କହନ୍ତି ପୂଜକ ଓ ସ୍ଥାନୀୟ ବାସିନ୍ଦା । ଏହି ପୀଠରେ ସମସ୍ତ ରୀତିନୀତି ଦୁର୍ଗାଙ୍କ ନିକଟରେ ହେଉଥିବା ନୀତିକାନ୍ତି ସହ ସମାନ ।

ପୂଜା ପାଇଁ ଗାଁରେ ଘରେ ଘରେ ଝୋଟି ଚିତା ଅଙ୍କାଯାଇଛି । ଲିପା ପୋଛା କରି ଭଳିକି ଭଳି ଚିତ୍ର ଆଙ୍କି ମା’ଙ୍କ ଆଗମନକୁ ସ୍ବାଗତ କରିଛନ୍ତି । କରୋନା ପାଇଁ ଏଥର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଲାକୁ ମଧ୍ୟ ବନ୍ଦ ରଖିଛି କମିଟି । ଗୋଟିଏ ଦୁଇଟି ଦୋକାନକୁ ଛାଡି ଅନ୍ୟ କୌଣସି ଦୋକାନ ମଧ୍ୟ ଖୋଲିନାହିଁ । ତେବେ ପୂର୍ବରୁ ହେଉଥିବା ରାବଣ ପୋଡି ମଧ୍ୟ ହେଉନାହିଁ । ଶ୍ରଦ୍ଧାଳୁଙ୍କୁ ପୀଠକୁ ନ ଆସିବା ପାଇଁ ଅନୁରୋଧ କରିଛନ୍ତି କମିଟି ସଦସ୍ୟ ।

   Related Posts