Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଅନଲକ୍ ୨.୦ କି ଲକ୍‌ଡାଉନ୍‌ ? ଆଜି ସ୍ପଷ୍ଟ କରି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

17/06/2020 at 10:24 PM

ନୂଆଦିଲ୍ଲୀ ୧୭।୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ ହେବା ଖବରକୁ କେବଳ ଏକ ଗୁଜବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓକନଫରେନ୍ସିଂ ଜରିଆରେ ଆଲୋଚନା କରି ଏବେ ଅନଲକ୍‌ ୨.୦ ବିଷୟରେ ଚିନ୍ତା କରିବାକୁ କହିଛନ୍ତି। ଏବେ ଅନଲକ୍‌ ୨.୦ର ପ୍ରସ୍ତୁତି କରିବାର ସମୟ। ଆମକୁ ଆର୍ଥିକ ଗତିବିଧି ଖୋଲିବା ସହିତ କ୍ଷତିକୁ କମ କରିବା ବିଷୟରେ ଚିନ୍ତା କରିବାର ଅଛି। କରୋନା ଭାଇରସ୍‌ ବିରୋଧୀ ମୁକାବିଲାରେ ସାମୂହିକ ପ୍ରତିବଦ୍ଧତା ଆମକୁ ବିଜୟ ଆଡକୁ ଅଗ୍ରସର କରାଇବ ବୋଲି ପ୍ରଧାନମନ୍ତ୍ରୀ ବୈଠକରେ କହିଛନ୍ତି।

ପ୍ରଧାନମନ୍ତ୍ରୀ ବୁଧବାର ଦ୍ଵିତୀୟ ପର୍ଯ୍ୟାୟରେ ଓଡିଶା, ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ସମେତ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ବୈଠକରେ ସେ କହିଛନ୍ତି, ଅନଲକ୍‌ ୧.୦ ପରେ ଏବେ ଅନଲକ୍‌-୨ ବିଷୟରେ ଏବଂ କରୋନା ସଂକ୍ରମଣକୁ କମ୍ କରିବାର ଉପାୟ ବିଷୟରେ ଚିନ୍ତା କରିବା  ଉଚିତ୍। ଏହା  ବାସ୍ତବ ଯେ, କରୋନା ସଂକ୍ରମଣ କିଛି ବଡ ରାଜ୍ୟ ଏବଂ ସହରରେ ବୃଦ୍ଧି ଘଟିଛି। ତଥାପି ଦେଶବାସୀଙ୍କୁ ସଂଯମ ରଖିବା ଉଚିତ୍। ଅନେକ ଜାଗାରେ ପ୍ରଶାସନର ତତ୍ପରତା ଓ ଆମ କରୋନା ଯୋଦ୍ଧାଙ୍କ ସମର୍ପଣ କାରଣରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇ ନାହିଁ।

ଦେଶ ଏବେ ଖୋଲିବା ପର୍ଯ୍ୟାୟରେ ରହିଛି

ପ୍ରଧାନମନ୍ତ୍ରୀ କହିଛନ୍ତି, ପୁନର୍ବାର ଲକ୍‌ଡାଉନ୍‌ ଲାଗୁ ହେବାର ଗୁଜବ ସହ ଲଢିବାର ଆବଶ୍ୟକତା ରହିଛି। ଦେଶ ଏବେ ଖୋଲିବା ପର୍ଯ୍ୟାୟ ଦେଇ ଗତି କରୁଛି। ଆମକୁ ଏବେ ଅନଲକ୍‌ର ଦ୍ଵିତୀୟ ପର୍ଯ୍ୟାୟ ବିଷୟରେ ଚିନ୍ତା କରିବାର ଅଛି ଏବଂ ଏହା ମଧ୍ୟ ବିଚାର କରିବାକୁ ପଡିବ ଯେ, ଲୋକଙ୍କ କ୍ଷୟକ୍ଷତି କେମିତି କମ୍ ହେବ। ପ୍ରତିବନ୍ଧକରେ କୋହଳ ଦେଶର ଆର୍ଥିକ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବାର ସଙ୍କେତ ଦେଇଛି। ମୁଦ୍ରାସ୍ପୀତି ନିୟନ୍ତ୍ରଣରେ ରହିଛି ଏବଂ ରାଜ୍ୟଗୁଡିକୁ ଭିତ୍ତିଭୂମି ନିର୍ମାଣ ସମ୍ବନ୍ଧିତ ଗତିବିଧି ମଜବୁତ କରିବା ଦିଗରେ ପଦକ୍ଷେପ ନେବା ଉଚିତ୍।

ଜୀବନ ରକ୍ଷା ପ୍ରଥମ ପ୍ରାଥମିକତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଜନଗହଳି କରିବା, ସାମାଜିକ ଦୂରତା ପାଳନ ନକରିବା, ଦୈନିକ ବଡ ସଂଖ୍ୟାରେ ଲୋକଙ୍କ ଗମନାଗମନ ଆଦି କରୋନା ବିପକ୍ଷ ଲଢେଇକୁ ଆହୁରି କଠିନ କରି ଦେଇଛି। ଜୀବନ ରକ୍ଷା ଆମର ପ୍ରଥମ ପ୍ରାଥମିକତା ହେବା ଉଚିତ୍। ସ୍ଵାସ୍ଥ୍ୟ ସମ୍ଵନ୍ଧିତ ମୌଳିକ ଢାଞ୍ଚାର ବିସ୍ତାରର ମଧ୍ୟ ଆବଶ୍ୟକତା ରହିଛି। ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି ଯେ, ମହାମାରୀର ମୁକାବିଲା ପାଇଁ କୋଭିଡ୍-୧୯ର ଯାଞ୍ଚ କରିବା, ରୋଗୀଙ୍କ ଚିହ୍ନଟ କରିବା ଏବଂ ସେମାନଙ୍କୁ ଅଲଗା ରଖିବାର ବହୁ ଆବଶ୍ୟକତା ରହିଛି।

   Related Posts