Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଦାବି

29/06/2018 at 12:10 PM

ଜୀବିକା ଉପାର୍ଜନ ପାଇଁ ପୁନେ ଯାଇଥିବା କେନ୍ଦ୍ରାପଡା ରାଜନଗରର ଜଣେ ଯୁବକ ସଡକ ଦୁର୍ଘଟଣାରେ ଗୁରୁତର ହୋଇପଡିଛନ୍ତି | ତାଙ୍କ ମସ୍ତିସ୍କରେ ଜୋର ରେ ଆଘାତ ଲାଗିଥିବାରୁ ତାଙ୍କୁ ପୁନେ ସ୍ଥିତ ଆଦିତ୍ୟ ବିର୍ଲା ହସ୍ପିଟାଲ ଭର୍ତ୍ତି କରାଯାଇଛି | ଆହତ ଯୁବକ ଜଣକ ୧୯ ବର୍ଷୀୟ ପ୍ରଫୁଲ୍ଲ ରାଉତ | ତେବେ ଦୁର୍ଘଟଣା ପରେ ୮ ଦିନ ହେଲା ସେ ଆଦିତ୍ୟ ବିର୍ଲା ଆଇସିୟୁ ରେ ଚିକିତ୍ସାଧୀନ ଅଛନ୍ତି | ପ୍ରଫୁଲ୍ଲଙ୍କ ପାଇଁ ବାଧକ ହୋଇଛି ଚିକିତ୍ସା ଖର୍ଚ୍ଚ | ପ୍ରଫୁଲ୍ଲଙ୍କ ସହାୟତା ପାଇଁ ବିଭିନ୍ନ ଏନଜିଓ ସହୃଦୟ ବ୍ୟକ୍ତିଙ୍କ ସହାୟତା ଓ ସହଯୋଗ ଲୋଡିଛନ୍ତି | ସହଯୋଗ ପାଇଁ sibasis.swain@kalingaswaraj.com ଏବଂ 9657640500 ରେ ଯୋଗାଯୋଗ ପାଇଁ ଅନୁରୋଧ କରିଛନ୍ତି

   Related Posts