ଭେଟେରାନ ଅଭିନେତା ନେଡୁମୁଡି ଭେନୁଙ୍କର ୭୩ ବର୍ଷ ବୟସରେ ଦେହାନ୍ତ

Published By : Prameya-News7 Bureau | October 11, 2021 IST

ଥିରୁବନନ୍ତପୁରମ ୧୧/୧୦ : ମଲିଉଡ ଅଭିନେତା ନେଡୁମୁଡି ଭେନୁଙ୍କର ଦେହାନ୍ତ ହୋଇଛି। ତାଙ୍କୁ ଯକୃତ ସମ୍ବନ୍ଧୀୟ ସମସ୍ୟା ଥିଲା। ଅଭିନେତାଙ୍କର ବୟସ ୭୩ ବର୍ଷ ଥିଲା। ଚାରି ଦଶନ୍ଧି ଧରି ଚାଲିଥିବା କ୍ୟାରିୟରରେ ନେଡୁମୁଡି ଭେନୁ ୫୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଅଭିନେତା ଥିରୁବନନ୍ତପୁରମର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ଅକ୍ଟୋବର ୧୧ ତାରିଖ, ସୋମବାର ଅପରାହ୍ନ ଗୋଟାଏ ବେଳେ ତାଙ୍କର ଦେହାନ୍ତ ହୋଇଛି।

ନେଡୁମୁଡି ଭେନୁ ନିଜ କ୍ୟାରିୟରରେ ତିନୋଟି ଜାତୀୟ ପୁରସ୍କାର ଏବଂ ୬ ଟି ରାଜ୍ୟ ପୁରସ୍କାର ଜିତିଛନ୍ତି। ମଲିଉଡର ଅନ୍ୟତମ ଅପୂର୍ବ ତାରକା ଭାବରେ ବ୍ୟାପକ ଭାବରେ ପରିଚିତ, ନେଡୁମୁଡି ଭେନୁ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତ ସୁପରଷ୍ଟାରଙ୍କ ସହ ଅଭିନୟ କରିଛନ୍ତି। ସେ ପୁରମ ନାମକ ଏକ ସିନେମାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.