ଅନଲାଇନ ଡେଲିଭରୀ ବାକ୍ସରେ ଶ୍ବାସରୁଦ୍ଧ ହୋଇ ମରିଗଲେ ୪ ହଜାର ପୋଷା ଜୀବ: ଚୀନରେ ଏଭଳି ଅଦ୍ଭୂତ ବ୍ୟବସାୟ, ପଶୁପକ୍ଷୀଙ୍କୁ ହୋଇଛି କାଳ

Published By : Prameya-News7 Bureau | October 02, 2020 IST

ଚୀନ ୦୨/୧୦: ଚୀନରେ ପ୍ରାୟ ୪ ହଜାରରୁ ଅଧିକ କୁକୁର, ବିଲେଇ ଓ ଅନ୍ୟ ପୋଷା ଜୀବଜନ୍ତୁ ବାକ୍ସ ଭିତରେ ମୃତ ଅବସ୍ଥାରେ ମିଳିଛନ୍ତି। ଏମାନଙ୍କୁ ଅନଲାଇନରେ କିଣାଯାଇ ଥିବା କୁହାଯାଉଛି। ଗୋଟେ ସପ୍ତାହ ପର୍ଯ୍ୟନ୍ତ ଚୀନର ଲଜିଷ୍ଠିକ୍ ହବରେ ମୃତ ଅବସ୍ଥାରେ ପଡ଼ି ରହିଥିଲେ। ଏହି ସୂଚନା ଏକ ଆନିମଲ ଓ୍ବେଲଫେୟାର ଗ୍ରୁପ ଦେଇଛି।

ତେବେ ହଜାରେ ଠେକୁଆ, ହାମଷ୍ଟର, କୁକୁର ଓ ବିଲେଇକୁ ଉଦ୍ଧାର କରାଯାଇ ଥିବା ବେ​‌ଳେ ବାକି ସମସ୍ତେ ପଚି ଯାଇଛନ୍ତି। ଅର୍ଥାତ୍ ସେମାନେ ସେପ୍ଟେମ୍ବର ୨ରେ ହେନାନ ଇଲାକାରେ ଡଙ୍ଗସିଙ୍ଗ ଫାସିଲିଟିରେ ପହଞ୍ଚିବା ପୂର୍ବରୁ ସଢ଼ି ପଚି ଯାଇଥିଲେ।

ପୂର୍ବରୁ ଜୀବଜନ୍ତୁଙ୍କ ଉଦ୍ଧାର କରାଯାଇ ଥିଲେ ହେଁ ଏଭଳି ଅଭିଜ୍ଞତା କେବେ କରି ନ ଥିବା ଜଣେ ସ୍ବେଚ୍ଛାସେବୀ କହିଛନ୍ତି। ସେ ହେଉଛନ୍ତି ଏନଜିଓ ୟୁଥୋପିଆ ଆନିମଲ ରେସକ୍ୟୁର ସଦସ୍ୟ । ସେ କହିଛନ୍ତି ବାକ୍ସ ଉପରେ ବାକ୍ସ ଏଭଳି ଭାବେ ଲଦି ହୋଇ ଥିଲା ଯେ ସେସବୁ ପଚି ଦୁର୍ଗନ୍ଧ ହେଉଥିଲା।  

{"id":337477,"sizeSlug":"large"}

ଅଧିକାରୀ ଏବେ ମାମଲାର ତଦନ୍ତ କରୁଛନ୍ତି। ଯେଉଁମାନେ ଚୀନରେ ଅନଲାଇନ ପୋଷା ଜୀବଙ୍କ ବିକ୍ରି କରିଛନ୍ତି। ଏ​‌ବେ ଏ ମାମଲା ଚିନ୍ତା ବଢ଼ାଇଛି। ଇ-କମର୍ସ ଉଦ୍ୟୋଗର ଅର୍ଥ ଜୀବିତ ଜୀବ ଜନ୍ତୁଙ୍କ ସହ କିଛି ବି ଅନଲାଇନରେ କିଣାଯାଇ ପାରିବ। ମାତ୍ର ପୋଷ ଜୀବଙ୍କୁ କୋରିଓର କମ୍ପାନି ଦ୍ବାରା ଅସୁରକ୍ଷିତ ପରିସ୍ଥିତିରେ ଅଣାଯାଇ ଥାଏ।

ସେପ୍ଟେମ୍ବର ୧୬ରେ ଏମାନଙ୍କୁ ପଠାଯାଇଛି। ଯେଉଁ ସମୟରେ ସେମାନେ ଆସିଛନ୍ତି ସେବେଠୁ ପାଞ୍ଚଦିନ ପର୍ଯ୍ୟନ୍ତ କିଛି ଖାଇ ନାହାନ୍ତି କି ପାଣି ପିଇ ନାହାନ୍ତି। ବାକ୍ସ ଭିତରେ ଶ୍ବାସରୁଦ୍ଧ ହୋଇ ଏମାନେ ଅତି ଦୟନୀୟ ଭାବେ ପ୍ରାଣ ହରାଇଛନ୍ତି। ତେବେ ଚୀନ ପୋଷ୍ଟାଲ ଲ’ ଅନୁସାରେ କୋରିଅର ମାଧ୍ୟମରେ ଜୀବଜନ୍ତୁଙ୍କୁ ଟ୍ରାନ୍ସପର୍ଟ କରିବା ବେଆଇନ। ଏାମନଙ୍କୁ ପ୍ଲେନରେ ପଠାଯାଇପାରିବ। ଯଦି ସେଣ୍ଡର ଉପଯୁକ୍ତ ତଥ୍ୟ ପ୍ରଦାନ କରନ୍ତି। ତେବେ ଜୀବତ ଥିବା କୁକୁରଳ ବିଲେଇ, ଠେକୁଆକୁ ଭିଟାମିନ୍ ତଥା ଗ୍ଲୁକୋଜ ଆଦି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.