ପ୍ରଥମଥର ଦେଶରେ ୨୧ ହଜାର ନିକଟତର ନୂଆ କରୋନା ମାମଲା : ୬ ଲକ୍ଷ ୨୫ ହଜାର ପାର୍

Published By : Prameya-News7 Bureau | July 03, 2020 IST

ନୂଆଦିଲ୍ଲୀ ୦୩/୦୭ : ଦେଶରେ ବୃଦ୍ଧି ପାଉଥିବା ନୂଆ କରୋନା ମାମଲାରେ ଟିକିଏ ବ୍ରେକ ଲାଗିବା ପରେ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇଛି | ଦେଶରେ ପ୍ରଥମଥର ପାଇଁ ଗୋଟିଏ ଦିନରେ ନୂଆ କରୋନା ମାମଲା ପାଖାପାଖି ୨୧ ହଜାର ହୋଇଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତାଲିକା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୨୦ ହଜାର ୯୦୩ ନୂଆ ମାମଲା ସାମ୍ନାକୁ ଆସିଛି | ଗୋଟିଏ ଦିନରେ ୩୭୯ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ଏବେ ସୁଦ୍ଧା କରୋନା ସଂକ୍ରମଣ ମାମଲା ୬ ଲକ୍ଷ ୨୫ ହଜାର ୫୪୪ ରେ ପହଞ୍ଚିଛି | ଏବେ ସୁଦ୍ଧା ୧୮ ହଜାର ୨୧୩ ଜଣଙ୍କର ମୃତ୍ୟୁ ହୋଇଛି | ଦେଶରେ ବର୍ତ୍ତମାନ ୨ ଲକ୍ଷ ୨୭ ହଜାର ୪୩୯ ଆକ୍ଟିଭ ମାମଲା ରହିଛି | ୩ ଲକ୍ଷ ୭୯ ହଜାର ୮୯୧ ଜଣ ସୁସ୍ଥ ହୋଇଛନ୍ତି |

କରୋନା ଭାଇରସ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ର | ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୬୨୬ରେ ପହଞ୍ଚିଛି | ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬ ହଜାର ୩୩୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଦିଲ୍ଲୀରେ ୨ ହଜାର ୩୭୩ ନୂଆ ମାମଲା ସାମ୍ନାକୁ ଆସିଛି | ମହାରାଷ୍ଟ୍ରରେ ଏବେ ସୁଦ୍ଧା ୮ ହଜାର ୧୭୮ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି | ତାମିଲନାଡୁରେ ୪ ହଜାର ୩୪୩, ଉତ୍ତର ପ୍ରଦେଶରେ ୭୬୯, ପଶ୍ଚିମବଙ୍ଗରେ ୬୪୯, ରାଜସ୍ତାନରେ ୩୫୦, ପଞ୍ଜାବରେ ୧୧୬ ନୂଆ ମାମଲା ରହିଛି | ସବୁଠାରୁ ଭଲ ଖବର ହେଲା କରୋନା ସଂକ୍ରମିତଙ୍କ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇଛି | ଦେଶରେ କରୋନା ରୋଗୀଙ୍କ ସୁସ୍ଥ ହାର ୫୮.୨୪ ପ୍ରତିଶତ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.