୮୦ ବର୍ଷୀୟ ବୃଦ୍ଧାଙ୍କ ସ୍ଵିସ୍ ଆକାଉଣ୍ଟରୁ ମିଳିଲା ୨୦୦ କୋଟି, କହୁଥିଲେ ମୋର ବାର୍ଷିକ ଆୟ ୨ ଲକ୍ଷରୁ କମ ଅଛି

Published By : Prameya-News7 Bureau | July 19, 2020 IST

ନୂଆଦିଲ୍ଲୀ ୧୯।୦୭: ଜଣେ ୮୦ ବର୍ଷୀୟ ବୃଦ୍ଧା, ଯିଏ ମାସିକ ୧୪୦୦୦ ଟଙ୍କା ରୋଜଗାର କରନ୍ତି ବୋଲି ଦାବି କରନ୍ତି, ତାଙ୍କର ସ୍ଵିସ୍‌ ବ୍ୟାଙ୍କରେ ୧୯୬ କୋଟି ଟଙ୍କାର କଳାଧନ ଥିବା ଜଣା ପଡିଛି। ଏଚଟି ହିନ୍ଦୀ ଭାଷା ପ୍ରକାଶନ ଲାଇଭ ହିନ୍ଦୁସ୍ଥାନ ଏକ ସମାଚାର ସୂତ୍ରରୁ ଏହାର ସୂଚନା ଦେଇଛି। ମୁମ୍ବାଇ ଆୟକର ଆପିଲିୟଟ ଟ୍ରାଇବୁନାଲର ଶାଖା ମହିଳାଙ୍କୁ ଟିକସ ସହିତ ଜୋରିମାନା ଦେବାକୁ ଆଦେଶ ଦିଆଯାଇଛି।

ବୃଦ୍ଧାଙ୍କ ନାମ ରେଣୁ ଥରାନି। ତାଙ୍କର ଏଚଏସବିସି ଜେନେଭାରେ ଏକ ଆକାଉଣ୍ଟ ଥିବାର ସୂଚନା ରହିଛି। ସ୍ଵିସ୍ ବ୍ୟାଙ୍କର ଏକ ମାତ୍ର ବିବେକାଧୀନ ଲାଭାର୍ଥୀ ଯାହାଙ୍କ ନାମରେ ଥାରାନି ଫ୍ୟାମିଲି ଟ୍ରଷ୍ଟ ରହିଛି। ଏହି ଟ୍ରଷ୍ଟ ୨୦୦୪ ଜୁଲାଇରେ କେମ୍ୟାନ ଆଇଲାଣ୍ଡ ଆଧାରିତ ଜିଡବ୍ଲ୍ୟୁ ଇନଭେଷ୍ଟେମେଣ୍ଟ ନାମରେ ଖୋଲା ଯାଇଥିଲା। ଏକ ପ୍ରଶାସକ ଭାବେ ପରିବାର ଟ୍ରଷ୍ଟକୁ ଏହି ପାଣ୍ଠି ସ୍ଥାନାନ୍ତର କରାଯାଉଥିଲା।

ଥାରାନି ୨୦୦୫-୦୬ରେ ଦାଖଲ କରିଥିବା ଆଇଟି ରିଟର୍ଣ୍ଣରେ ଏହାର କୌଣସି ସୂଚନା ଦେଇନଥିଲେ। ଏହି ମାମଲା ୨୦୧୪ ଅକ୍ଟୋବର ୩୧ରେ ପୁଣି ଥରେ ଖୋଲା ଯାଇଥିଲା। ଥାରାନି ଏକ ଆଫିଡାଭିଟ୍ ମଧ୍ୟ ଦାଖଲ କରିଥିଲେ, ଯେଉଁଥିରେ କହିଥିଲେ ଯେ ଏଚଏସବିସି ଜେନେଭାରେ ନା ତାଙ୍କର ବ୍ୟାଙ୍କ ଖାତା ଅଛି ନା ଜିଡବ୍ଲ୍ୟୁ ଇନଭେଷ୍ଟମେଣ୍ଟ ବ୍ୟାଙ୍କରେ ନିବେଶକ କିମ୍ବା ଅଂଶଧାରକ ଅଛନ୍ତି। ସେ ନିଜକୁ ନନ ରେସିଡେଣ୍ଟ ଦର୍ଶାଇଥିଲେ ଏବଂ ତାଙ୍କ ଉପରେ ଟିକସ୍ ଲଗାଯାଇ ପାରିବ ନାହିଁ ବୋଲି କହିଥିଲେ।

୨୦୦୫-୦୬ ଆଇଟି ରିଟର୍ଣ୍ଣରେ ଥାରାନି ନିଜର ବାର୍ଷିକ ଆୟ ୧.୭ ଲକ୍ଷ ଟଙ୍କା ଦର୍ଶାଇଥିଲେ। ସେ ବେଙ୍ଗାଲୁରୁର ଏକ ଠିକଣା ଦେଇଥିଲେ ଏବଂ ନିଜକୁ ଜଣେ ଭାରତୀୟ କରଦାତା ଭାବେ ବର୍ଣ୍ଣିତ କରିଥିଲେ। ITAT ଖଣ୍ଡପୀଠ କହିଛନ୍ତି ହୋଇପାରେ ପ୍ରଥମ ବର୍ଷରେ ବୃଦ୍ଧା ଅଣ ଆବାସୀୟ ହୋଇଥାଇପାରନ୍ତି। ପୀଠକୁ ଏହା ଜଣାନଥିଲା ଯେ, ବୃଦ୍ଧା ଏତେ କମ ସମୟରେ ନିଜ ବ୍ୟାଙ୍କ ଖାତାରେ ୨୦୦ କୋଟି ଟଙ୍କା ଜମା କରିଥିବେ। ପୀଠ କହିଛନ୍ତି ସେ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି। ସେ ଏକ ଟ୍ରଷ୍ଟ ଚଳାଉଛନ୍ତି ଏବଂ ଉକ୍ତ ଅର୍ଥ ରାଶି ଟ୍ରଷ୍ଟକୁ ଦିଆଯାଇଥାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.