ଓର୍କସା ମାଣ୍ଟିସ୍‌ର ନୂଆ ସ୍ପିଡ୍‌ ଇ -ବାଇକ୍‌ , ଥରେ ଚାର୍ଜ କଲେ ଯିବ ୨୦୦ କିଲୋମିଟର

Published By : Prameya-News7 Bureau | December 16, 2019 IST

ନୂଆଦିଲ୍ଲୀ ୧୬।୧୨ - ବେଙ୍ଗାଲୁର୍‌ରେ ଥିବା ଇ ବାଇକ୍‌ ଷ୍ଟାର୍ଟ ଅପ୍‌ ଓର୍କସା ମାଣ୍ଟିସ୍‌ ୨୦୨୦ ମସିହାରେ ମଧ୍ୟ ଭାଗରେ ଏହାର ନୂଆ ସ୍ପିଡ୍‌ ଇ ବାଇକ୍‌କୁ ବଜାର ପ୍ରବେଶ କରାଇବ । ଏହାର ଟପ୍‌ ସ୍ପିଡ୍‌ ବା ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟର ଓ ଥରେ ଚାର୍ଜ କଲେ ୨୦୦ କିଲୋମିଟର ଯିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି ।

{"id":198539,"sizeSlug":"large"}

ଇଣ୍ଡିଆ ବାଇକ୍ ଓ୍ୱିକ୍‌ ୨୦୦୯ ରେ ଏହାର ନୂଆ ମଡେଲ୍‌କୁ ପ୍ରଦର୍ଶୀତ କରାଯାଇଥିଲା । ୨୦୨୦ ବେଳକୁ ଭାରତରେ ଏହାର ବିକ୍ରି ଆରମ୍ଭ ହୋଇଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

{"id":198540,"sizeSlug":"large"}

ଏହି ଇ ବାଇକ୍‌ରେ ଅନେକ ବିଶେଷତ୍ୱ ରହିଛି । ଏଥିରେ ୯ କିଲୋଓ୍ୱାଟ ବ୍ୟାଟେରୀ ରହିଛି । ୧.୫ର କିଲୋଓ୍ୱାଟର ୬ ଟି ଛୋଟ ମଡ୍ୟୁଲ ରହିଛି ।

{"id":198541,"sizeSlug":"large"}

ଏହା ସମ୍ପୂର୍ଣ୍ଣ ଡିଜିଟାର୍‌ ମୋଡ୍‌ରେ ରହିବ । ବାଇକ୍‌ ଚାଳକ ସ୍ପିଡ୍‌ , ରେଞ୍ଜ , ବ୍ୟାଟେରୀ , ଚାର୍ଜ ଓ ଅନ୍ୟ ଟେଲିମେଟିକସ୍‌ ବିଷୟରେ ସୂଚନା ମିଳିବ ।

{"id":198542,"sizeSlug":"large"}

ଏହାକୁ ସ୍ପୋର୍ସ ଓ ଫ୍ୟୁଚରଟିକସ୍‌ ଲୁକ୍‌ ଦିଆଯାଇଛି ।

ଏହି ବାଇକ୍‌ର ଦାମ୍ ପ୍ରାୟ ୩ ଲକ୍ଷ ଟଙ୍କା ରହିବ । ମାତ୍ର ୩ ସେକେଣ୍‍ଡରେ ଏହି ବାଇକ୍‌ ୦-୬୦ କିଲୋମିଟର ସ୍ପିଡ୍‌ରେ ଯାଇପାରିବ । କେବଳ ସେତିକି ନୁହେଁ ଏହାର ସର୍ବୋଚ୍ଚ ବା ଟପ୍‌ ସ୍ପିଡ୍‌ ୧୪୭ କିଲୋମିଟ ପ୍ରତି ଘଣ୍ଟା । ଏହା କାଓ୍ୱାସାକରିର ନିଞ୍ଜା ୩୦୦ ସହ ପ୍ରତିଦ୍ୱନ୍ଦିତା କରିବ ।

ଏଥିରେ ଅଟୋମେଟିକ୍‌ ଲକିଂ ସହ ଅନ୍ୟ ଅତ୍ୟାଧୁନିକ ଗ୍ୟାଜେଟ୍‌ ଉପଲବ୍ଧ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.