ରାଜଧାନୀରୁ ଆଉ ୬୮ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୧୧୫

Published By : Prameya-News7 Bureau | November 05, 2020 IST

ଭୁବନେଶ୍ୱର, ୦୫।୧୧: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୬୫ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫୨୨ରେ ପହଞ୍ଚିଛି ।ଗୁରୁବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୪ ଜଣ ରହିଥିବା ବେଳେ ୫୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୧୧୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୫୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୩୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୮୩୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୭୫ ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.