ସମ୍ଭାବ୍ୟ ବାତ୍ୟାକୁ ‘ବୁଲବୁଲ’କୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

Published By : Prameya-News7 Bureau | November 08, 2019 IST

ଜଗତସିଂହପୁର ୮।୧୧ :   ସମ୍ଭାବ୍ୟ ବାତ୍ୟାକୁ  ‘ବୁଲବୁଲ’କୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟାର ପ୍ରଭାବରେ ଆଜି ସକାଳୁ ପାଗ କୋହଲା ରହିଥିବା ବେଳେ ହାଲକା ପବନ ସହ ଝିପ୍ ଝିପ୍ ବର୍ଷା ମଧ୍ୟ ହୋଇଛି । ଜିଲ୍ଲା  ପ୍ରଶାସନ ପକ୍ଷରୁ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି  ।

ବାଲିକୁଦା, ଏରସମା ଓ କୁଜଙ୍ଗ ଆଦି ବ୍ଲକର ତଳିଆ ଅଞ୍ଚଳର ଲୋକମାନଙ୍କୁ ଆବଶ୍ୟକ ପଡ଼ିଲେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର  କରଯିବ । ସମୁଦ୍ରକୁ ମାଛ ଧରିବାକୁ ନଯିବାକୁ ମତ୍ସଜୀବୀମାନଙ୍କୁ ବାରଣ କରାଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନସ୍ଥାନରେ ଏନଡିଆରଏଫ ଟିମ୍ ନିୟୋଜିତ କରାଯାଇଛି । ଲାଇଫ ଜ୍ୟାକେଟ, କଟର୍, ଜେନେରେଟର , ବୋଟ ପ୍ରଭୃତି ରଖିଥିବା  ବେଳେ ଟିମ୍ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଏନ୍‌ଡିଆରଏଫ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.