ଜଳେଶ୍ବରରେ ପହଞ୍ଚିଲେ NDRFର ୨୩ ଜଣିଆ ଟିମ୍, ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ

Published By : Prameya-News7 Bureau | September 29, 2021 IST

ଜଳେଶ୍ବର ୨୯।୯: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକରେ ପହଞ୍ଚିଲେ NDRFର ୨୩ ଜଣିଆ ଟିମ୍ । ରାଜ୍ୟରେ ସମ୍ଭାବ୍ୟ ବର୍ଷା ଓ ସୁବର୍ଣ୍ଣରେଖା ନଦୀର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି SRC ନିର୍ଦ୍ଦେଶରେ ପହଞ୍ଚିଲେ NDRF ଟିମ୍ ।

{"id":519489,"width":754,"height":415,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ୨୯ ତାରିଖଠାରୁ ରାଜ୍ୟର ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବା ସହ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଦେଖାଦେବ । ସମ୍ଭାବ୍ୟ ବର୍ଷା ଓ ବନ୍ୟାକୁ ଲକ୍ଷ୍ୟ ରଖି SRCଙ୍କ ନିର୍ଦ୍ଦେଶ କ୍ରମେ କଟକ ମୁଣ୍ଡୁଳି ଅଞ୍ଚଳରୁ ୨୩ ଜଣିଆ ଟିମ୍ ଜଳେଶ୍ବର ବ୍ଲକକୁ ଆସିଛନ୍ତି । ଓଡ୍ରାଫର ଏକ ଟିମ୍ ବାଲିଆପାଳ ବ୍ଲକରେ ପହଞ୍ଚିବା ସହିତ ସଜାଗ ଥିବା ଦେଖିବାକୁ ମିଳିଛି । ଜଳେଶ୍ବର ବ୍ଲକ୍ ପ୍ରଶାସନ ପକ୍ଷରୁ   ସମ୍ଭାବ୍ୟ ବାତ୍ୟା ଓ ବନ୍ୟାକୁ ଲକ୍ଷ୍ୟ ରଖି ସଜାଗ ଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.