‘ବୁଲ୍‌ବୁଲ୍’ର ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ଏନ୍‌ଡିଆରଏଫର ୨୫ଜଣିଆ ଟିମ୍ ସଜାଗ

Published By : Prameya-News7 Bureau | November 08, 2019 IST

କେନ୍ଦ୍ରାପଡା ୮।୧୧:  ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ର ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏନଡିଆରଏଫର ୨୫ ଜଣିଆ ଟିମ୍, ଲାଇଫ୍ ଜ୍ୟାକେଟ, ବୋଟ, କଟର, ଜେନେରେଟର ସବୁ ପ୍ରସ୍ତୁତ ରହିଛି ।

{"id":180858}

ଏହାସହ ଜିଲ୍ଲାର ୯ଟି ବ୍ଲକ୍ ରେ ଥିବା ୧୧୭ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ ୧୯ଟି ରେଡକ୍ରସ ଦାୟିତ୍ଵରେ ରହିଛି । OSDMA ଦାୟିତ୍ଵରେ ୯୮ଟି ଆଶ୍ରୟସ୍ଥଳୀ ରହିଥିବା ବେଳେ ପ୍ରତି ଆଶ୍ରୟସ୍ଥଳୀ ଦାୟିତ୍ଵରେ ପିଇଓ ଓ ଜିଆରଏସ ଅଛନ୍ତି । ୯୮ଟି ଆଶ୍ରୟସ୍ଥଳୀ ମଧ୍ୟରୁ ୭୧ ଗୋଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୨୭ଟି ବନ୍ୟା ଆଶ୍ରୟସ୍ଥଳୀ ରହିଛି |

{"id":180859}

ଏନଡିଆରଏଫ ଟିମ୍ ନିଜ ସାଙ୍ଗରେ ବୋଟ, ଲାଇଫ ଜ୍ୟାକେଟ, କଟର୍, ଜେନେରେଟର ପ୍ରଭୃତି ରଖିଥିବା  ବେଳେ ଟିମ୍ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଏନଡିଆରଏଫ ଇନ୍ସପେକ୍ଟର ସୁନୀଲ କୁମାର ଶାନ୍ତି ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.